www.samajalive.in
Monday, December 15, 2025
16.1 C
Bhubaneswar

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଉତ୍ତରକୋରିଆ- କିମ୍‌ ଜୋଙ୍ଗ ଦେଲେ ଆହ୍ୱାନ

ନୂଆଦିଲ୍ଲୀ – ଉତ୍ତରକୋରିଆର ଏକଚାଟିଆ ଶାସକ କିମ୍‌ ଜୋଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ସେ ନିଜର ସେନା ପ୍ରମୁଖଙ୍କୁ ବରଖାସ୍ତ କରି ଦେଇଛନ୍ତି । ତାଙ୍କ ଦେଶରେ ଅଧିକ ଯୁଦ୍ଧାସ୍ତ୍ର ଉତ୍ପାଦନ କରିବା ସହ ଯୁଦ୍ଧାଭ୍ୟାସ ଜୋରଦାର କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ କେସିଏନ୍‌ଏ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କିମ୍‌ ଜୋଙ୍ଗ ଦେଶର କେନ୍ଦ୍ରୀୟ ସୈନ୍ୟ ଆୟୋଗର ଏକ ବୈଠକରେ ଏହି ସୂଚନା ଦେଇଛନ୍ତି । ଉତ୍ତରକୋରିଆର ଶତ୍ରୁମାନଙ୍କୁ ରୋକିବା ପାଇଁ ଏହି ପଦକ୍ଷେପ ନେଉଥିବା କଥା ସେ କହିଛନ୍ତି । ମାତ୍ର ଏଥିରେ ସେ କୌଣସି ଦେଶର ନାଁ ନେଇ ନାହାନ୍ତି ।

- Advertisement -

ଗତ ସପ୍ତାହରେ କିମ୍‌ ଜୋଙ୍ଗ ବିଭିନ୍ନ ଯୁଦ୍ଧାସ୍ତ୍ର କାରଖାନା ପରିଦର୍ଶନ କରିଥିଲେ । ଅଧିକ କ୍ଷେପଣାସ୍ତ୍ର ଯନ୍ତ୍ରାଂଶ , ତୋପ ଏବଂ ଅନ୍ୟ ଆଗ୍ନେୟାସ୍ତ୍ର ତିଆରି କରିବା ପାଇଁ ସେ ସେହି ସମୟରେ ନିର୍ଦେଶ ଦେଇଥିଲେ । ଏବେ ଉତ୍ତରକୋରିଆ ୟୁକ୍ରେନ ଯୁଦ୍ଧ ପାଇଁ ରୁଷ୍‌କୁ କେତକ ଯୁଦ୍ଧାସ୍ତ୍ର ଯୋଗାଉଥିବାର ଅଭିଯୋଗ ହୋଇଛି । ଆମେରିକା ପକ୍ଷରୁ ଏହି ଅଭିଯୋଗ କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories