www.samajalive.in
Monday, December 15, 2025
14.1 C
Bhubaneswar

ଅନୱାର-ଉଲ-ହକ କକ୍କଡ଼ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ : ପାକିସ୍ତାନ ସିନେଟ୍‌‌ ସଦସ୍ୟ ଅନୱାର-ଉଲ-ହକ କକ୍କଡ଼ ଦେଶର କାମଚଳା ପ୍ରଧାନମନ୍ତ୍ରୀ ମନୋନୀତ ହୋଇଛନ୍ତି। ଆସନ୍ତା ବର୍ଷର ସାଧାରଣ ନିର୍ବାଚନର ପରିଚାଳନା ଓ ଦେଶର ଅର୍ଥନୈତିକ ସ୍ଥିତିକୁ ସୁଧାରିବା ଲକ୍ଷ୍ୟରେ ତାଙ୍କୁ ମନୋନୀତ କରାଯାଇଛି । ବିଦାୟୀ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ୍‌‌ ଓ ବିରୋଧୀ ଦଳ ନେତା ରାଜା ରିଆଜ୍‌‌’ ଅନୱାର୍‌‌ ଉଲ୍‌‌ ହକ୍‌‌ କକ୍କଡ଼ଙ୍କ ନାମ ସୁପାରିଶ କରିଥିଲେ। ଏଥିପାଇଁ ସେମାନଙ୍କ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।
କକ୍କଡ଼ ବାଲୋଚିସ୍ଥାନ ଆୱାମି ପାର୍ଟିର ସାଂସଦ ଓ ଆସନ୍ତା ବର୍ଷର ନିର୍ବାଚନ ପର୍ଯ୍ୟନ୍ତ ସେ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦେଶର ଶାସନଭାର ଗ୍ରହଣ କରିବେ ।

ଅନ୍ୟପକ୍ଷରେ ପାକିସ୍ତାନର ରାଷ୍ଟ୍ରପତି ଡକ୍ଟର ଆରିଫ ଅଲଭି ବାଲୋଚିସ୍ଥାନ ଆୱାମୀ ପାର୍ଟି (ବିଏପି) ସାଂସଦ ଅନୱାର-ଉଲ-ହକ କକ୍କଡ଼ଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories