ସବୁ ଦେବୁ କିନ୍ତୁ ଶିକ୍ଷକ ଦେବୁନି, ଅନ୍ଧକାରରେ ଅନୁଦାନ ପ୍ରାପ୍ତ ସ୍କୁଲ

ରେଙ୍ଗାଲି: ସରକାର ଶିକ୍ଷାକୁ ମୌଳିକ ଅଧିକାର ଭୁକ୍ତ କରି ବାଧ୍ୟତା ମୂଳକ ଶିକ୍ଷା ଆଇନ୍‌‌ ପ୍ରଣୟନ କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ବିଚିତ୍ର ଶିକ୍ଷା ନୀତି ଯୋଗୁଁ ଗ୍ରାଣ୍ଟ୍‌‌-ଇନ୍‌‌-ଏଡ୍‌‌ ଅର୍ଥାତ ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲ ଗୁଡିକର ଭବିଷ୍ୟତ ଅନିଶ୍ଚିତ ଅନ୍ଧକାର ଘେରରେ ରହିଯାଇଛି। ଜନସାଧାରଣଙ୍କ ଉଦ୍ୟମରେ ବଦାନ୍ୟ ବ୍ୟକ୍ତିମାନଙ୍କ ସହଯୋଗ କ୍ରମେ ଶିକ୍ଷାର ବିକାଶ ପାଇଁ ଗଢ ଉଠିଥିବା ସ୍କୁଲକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସର୍ବ ଶିକ୍ଷା ଅଭିଯାନରେ ଶ୍ରେଣୀ କୋଠରି ନିର୍ମାଣ କରାଯାଇଛି। ଛାତ୍ର/ଛାତ୍ରୀ ମାନଙ୍କୁ ସ୍କୁଲ ପୋଷାକ ଯୋଗାଇ ଦିଆଯାଉଛି। ମଧ୍ୟାହ୍ନ ଭୋଜନ ଏବଂ ପାଠ୍ୟପୁସ୍ତକ ବି ଯୋଗାଇ ଦିଆଯାଉଛି। କିନ୍ତୁ ଏଭଲି ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେବାକୁ ଶିକ୍ଷା ବିଭାଗ ନା କହି ମନା କରି ହାତ ଟେକି ଦେଉଛି। ଫଳରେ ଗ୍ରାଣ୍ଟ୍‌‌-ଇନ୍‌‌-ଏଡ୍‌‌ ସ୍କୁଲ ଗୁଡିକର ଶିକ୍ଷାଦା ରେ ବ୍ୟାପକ ସମସ୍ୟା ଦେଖା ଦେଉଛି।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌‌ର ଲଇଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ନିଶାନଭଙ୍ଗା ଗ୍ରାମ ପଞ୍ଚାତର ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏଭଲି ସ୍ଥିତିରେ ବର୍ଷାଧିକା କାଳ ହେଲା ପଡ଼ି ରହିଛି। ଉଭୟ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଯେନତେନ ପ୍ରକାରେ ଛାତ୍ର/ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ଗ୍ରାମବାସୀ, ଅଭିଭାବକ ଅନେକ ଥର ଶିକ୍ଷକ ନିଯୁକ୍ତି ପାଇଁ ଉପରିସ୍ତ ଶିକ୍ଷା ଅଧିକାରୀ ଙ୍କ ଠାରେ ଫେରାଦ୍‌‌ ହୋଇଛନ୍ତି। କିନ୍ତୁ ଫଳ ଶୂନ୍‌‌। ଶିକ୍ଷାନୀତି ଅନୁଯାୟୀ ଗ୍ରାଣ୍ଟ୍‌‌ ଇନ୍‌‌-ଏଡ୍‌‌ ସ୍କୁଲରେ ଆମେ ଶିକ୍ଷକ ନିଯୁକ୍ତି କିମ୍ବା ଡେପୁଟେସନ୍‌‌ରେ ଶିକ୍ଷକ ଦେଇ ପାରିବୁ ନାହିଁ ବୋଲି ବ୍ଳକ୍‌‌ ଶିକ୍ଷା ଅଧିକାରୀ ଜୀବନ କିଶୋର ବରଓାଙ୍କୁ ପଚରାଯିବାରୁ ମତବ୍ୟକ୍ତ କରିଛନ୍ତି। ଅନ୍ୟ ସ୍କୁଲ ଭଲି ଲଇଡା ବାଳିକା ସ୍କୁଲକୁ ସମସ୍ତ ସରକାରୀ ସହାୟତା ମିଳୁଥିବା ବେଳେ ଶିକ୍ଷକ ନିଯୁକ୍ତି କିମ୍ବା ଡେପୁଟେସନ୍‌‌ ପାଇଁ କାହିିଁକି ନିୟମ ବାଧକ ସାହିଛି ବୋଲି ସଚେତନନ ନାଗରିକ ମହଲରେ ପ୍ରତିକ୍ରୟା ପ୍ରକାଶ ପାଇଛି।

Comments are closed.