ପୁଣି ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୁଣି ରେପୋ ରେଟ ଅପରିବର୍ତ୍ତିତ ରଖିଛି। ରେପୋ ରେଟ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିବା ଫଳରେ ଗୃହ ଋଣ ଓ ଅଟୋ ଲୋନ ନେଇଥିବା ଲୋକଙ୍କ ଉପରେ ଇଏମଆଇର ବୋଝ ବଢ଼ିବ ନାହିଁ । ଧୀରେ ଧୀରେ ଦେଶର ଅର୍ଥନୈତିକ ବିକାଶ ହେଉଛି। ରିଜର୍ଭ ବ୍ୟାଙ୍କ ୨୦୨୨ ମସିହା ମେ ମାସ ପରଠାରୁ କ୍ରମାଗତ ଭାବେ ରେପୋ ରେଟ ବୃଦ୍ଧି କରି ଆସୁଥିଲା । ଚଳିତ ଅବଧିରେ ୨୫୦ ବେସିସ ପଏଣ୍ଟ ବୃଦ୍ଧି ହୋଇଥିଲା। ତେବେ ଗତ ଫେବୃଆରୀ ମାସ ପରଠାରୁ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା ।

Comments are closed.