ବିଚିତ୍ର ନାମ ଫଳକ : ଓଡ଼ିଆରେ ସମ୍ପ୍ରସାରଣ, ଇଂରାଜୀରେ ଶିକ୍ଷା ଅଧିକାରୀ
ଫୁଲବାଣୀ : କଠୋର ହୋଇଛି ଓଡ଼ିଶା ଭାଷା ପ୍ରତିଷ୍ଠାନ। ଏପରିକି ମେ ମାସରୁ ମଧ୍ୟ ଆରମ୍ଭ ହୋଇଛି ସ୍ୱେଶାଲ୍ ଡ଼୍ରାଇଭ୍। ଓଡ଼ିଆରେ ନାମ ଫଳକ ନଲେଖିଲେ ୨୫ ହଜାର ପର୍ଯ୍ୟନ୍ତ ମଧ୍ୟ ଜୋରିମାନାର ବ୍ୟବସ୍ଥା ରହିଛି। ସବୁ ପ୍ରକାର ନିର୍ଦ୍ଦେଶ ଓ ବ୍ୟବସ୍ଥା ରହିଥିଲେ ମଧ୍ୟ ଆଜି କନ୍ଧମାଳ ଜିଲା ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମରାଯାଇଥିବା ଏକ ନାମ ଫଳକରେ ଅଜବ ଲେଖା ହୋଇଥିବା ଦେଖାଦେଇଛି। ଉକ୍ତ ନାମ ଫଳକରେ ଓଡ଼ିଆରେ ସମ୍ପ୍ରସାରଣ, ଇଂରାଜୀରେ ଶିକ୍ଷା ଅଧିକାରୀର ଲେଖାଯାଇଥିବାର ଦେଖାଯାଇଛି। ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଗୋଟିଏ କାର୍ଯ୍ୟାଳୟର ନାମଫଳକ ଲାଗିଥିବାବେଳେ ଓଡ଼ିଆ ଭାଷାରେ ତାହା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଏବଂ ଇଂରାଜୀ ଭାଷାରେ ଜନସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ବୋଲି ଲେଖା ରହିଛି। ଆଜି ଏହି ବ୍ୟତିକ୍ରମ ଫଳକ ଉପରେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ପଚରାଯିବାରୁ ସେମାନେ ଏହା ଦେଖି ହସିଦେଇ ଚୁପ୍ ରହିଥିଲେ। ତେବେ ଖବର ପ୍ରକାଶ ପରେ ସ୍ୱାସ୍ଥ୍ୟ ଅଧିକାରୀଙ୍କର ନିଜ ଭାଙ୍ଗୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।
Comments are closed.