ଆଦିବାସୀଙ୍କ ଜମିରେ ପାଉଁଶ ଫିଙ୍ଗିବା ଅଭିଯୋଗ

ସମ୍ବଲପୁର : ସମ୍ବଲପୁରର ଯୁଯୁମୁରା ବାହାମ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ପୁଡାପଡ଼ା ମାଲିମୁଣ୍ଡା ଅଞ୍ଚଳରେ ଆଦିବାସୀଙ୍କ ଜମି ନିକଟରେ କୌଣସି ଏକ କାରାଖାନାରୁ ବାହାରୁଥିବା ପାଉଁଶ ବେଆଇନ ଭାବରେ ଫିଙ୍ଗା ଯାଉଥିବାର ଅଭିଯୋଗ ଜିଲା ପ୍ରଶାସନ ନିକଟରେ ହୋଇଛି। ସୋମବାର ଅଞ୍ଚଳବାସୀ କରିଥିବା ଅଭିଯୋଗ ଅନୁଯାୟୀ, ମାଲିମୁଣ୍ଡା ଅଞ୍ଚଳରେ ପ୍ରାୟ ୧୦ ଏକରରୁ ଊର୍ଦ୍ଧ୍ବ ଜମିରେ ଧାନ ଚାଷ କରାଯାଉଛି। ଏବେ ଧାନ ରୁଆ ସରିବା ପରେ ଜମି ଠାରୁ କିଛି ଦୂରରରେ କୌଣସି ଏକ କାରଖାନାରୁ ବାହାରୁଥିବା ପାଉଁଶ ପକାଯାଉଥିବାରୁ ବର୍ଷା ପାଣିରେ ତାହା ଭାସି ଆସି ଚାଷ କରୁଥିବା ଜମିକୁ ପୋତି ଦେଉଛି। ଫଳରେ ଧାନ ଗଛ ଗୁଡିକ ଆଗାମୀ ଦିନରେ ବଢ଼଼ି ପାରିବ ନାହିଁ ଏବଂ ସେମାନେ ବ୍ୟାପକ କ୍ଷତି ସହିବେ। ଏଣୁ ଅଞ୍ଚଳରେ ବ୍ୟାପକ ପ୍ରଦୂଷଣ ହେବା ସହିତ ଅନେକ ଚାଷ ଜମି ନଷ୍ଟ ହେଉଛି। ତେଣୁ ତୁରନ୍ତ ଏହି ସମସ୍ୟା ଉପରେ ବିହୀତ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ଲଳିତ କୁମାର ବାଗ, ଅମିତ ବାଗ, ବନିତା ଓରାମ, ସରସ୍ୱତୀ ଭୋସାଗର, ଶର୍ମିଷ୍ଠା ସିଂଙ୍କ ସମେତ ଅନେକ ଅଞ୍ଚଳବାସୀଙ୍କ ଦସ୍ତଖତ ରହିଛି।

Comments are closed.