ଧନକଉଡା ଛକରୁ ସୁନାପାଲି ଛକ ମଧ୍ୟରେ ନାଳ ନିର୍ମାଣ ଦାବି
ସମ୍ବଲପୁର : ସମ୍ବଲପୁରର ଧନକଉଡା ଛକରୁ ସୁନାପାଲି ମଧ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତାର ପ୍ରଶସ୍ତିକରଣ ଓ ବିକାଶମୂଳକ ନିର୍ମାଣ କରାଯାଉଛି। ନୂତନ ରାସ୍ତା ନିର୍ମାଣକୁ ଅଞ୍ଚଳବାସୀ ସ୍ୱାଗତ କରୁଥିବା ବେଳେ କିନ୍ତୁ ରାସ୍ତାର ଦୁଇ କଡରେ ନାଳ ନିର୍ମାଣ କରାଯାଉ ନ ଥିବାରୁ ଜନତା ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ଦ୍ୱାରା ରାସ୍ତା କଡରେ ଥିବା ପୁରୁଣା ଘର ଗୁଡିକ ଏବେ ୩ରୁ ୪ ଫୁଟ ତଳକୁ ହୋଇଯାଇଛି। ଫଳରେ ସାମାନ୍ୟ ବର୍ଷା ହେବା ମାତ୍ରେ ଜଳ ନିଷ୍କାସିତ ହୋଇ ନ ପାରି ଘର ମାନଙ୍କୁ ପ୍ରବେଶ କରୁଛି ଏବଂ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ରାସ୍ତାର ଉଭୟ ପାର୍ଶ୍ବରେ ନାଳ ନ ଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ଧନକଉଡା ସ୍ଥିତ ଖେଳ ପଡ଼ିଆରେ ପ୍ରବେଶ କରି ଅତ୍ୟନ୍ତ ଶୋଚନୀୟ ଅବସ୍ଥା ସୃଷ୍ଟି କରିଛି। ଏ ସମ୍ପର୍କରେ ଧନୁକଉଡା ଓ ସୁନାପଲି ନିବାସୀ ପ୍ରଶାସନକୁ ପୂର୍ବରୁ ଲିଖିତ ଭାବରେ ଦେଇଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇ ନାହିଁ। ଏଣୁ ତୁରନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଗଭୀର ନାଳ ନିର୍ମାଣ କରାଯାଇ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି।
Comments are closed.