ସ୍ୱର୍ଗତ ଫକୀର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବି
ସମ୍ବଲପୁର : ବିଖ୍ୟାତ ସମ୍ବଲପୁରୀ କଣ୍ଠଶିଳ୍ପୀ, ସଙ୍ଗୀତଜ୍ଞ, ସାଂସ୍କୃତିକ ଆଇକନ ସ୍ୱର୍ଗତ ଫକୀର ମୋହନ ପଟ୍ଟନାୟକଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରିବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ଦାବି କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ସମୟରେ ଆବାହକ ଡା. ସଞ୍ଜୀବ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତକାର କରି ଏହି ଦାବି କରିଛନ୍ତି। ଯୁବାବସ୍ଥାରୁ ସ୍ୱର୍ଗତ ପଟ୍ଟନାୟକ ସମ୍ବଲପୁରୀ ସଙ୍ଗୀତ ସାଧନାରେ ନିମଗ୍ନ ହୋଇ ଖୁବ ଶୀଘ୍ର ଅଞ୍ଚଳର ଏକ ଜଣାଶୁଣା କଣ୍ଠଶିଳ୍ପୀ ରୂପେ ଖ୍ୟାତି ପାଇଥିଲେ। ତାଙ୍କର କଣ୍ଠ ଓ ଜନତାଙ୍କ ସହିତ ସମ୍ବାଦ କରିବାର ଦକ୍ଷତା ଯୋଗୁଁ ବେଶ ଲୋକପ୍ରିୟ ହୋଇଥିଲେ। ସେ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ସମ୍ବଲପୁରୀ ସଙ୍ଗୀତ, ରଚନା ଓ ସାଂସ୍କୃତିକ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ଉଚିତ ବୋଲି ଦାବିପତ୍ରରେ ଉଲ୍ଲେଖ୍ୟ କରାଯାଇଛି। ପ୍ରତିନିଧି ମଣ୍ଡଳରେ ରାମ ଶଙ୍କର ମିଶ୍ର, ସୁଶାନ୍ତ କୁମାର ମିଶ୍ର, ସୂର୍ଯ୍ୟ ପ୍ରକାଶ ଗୁରୁ, ସ୍ୱୟଂଜିତ ପଟ୍ଟନାୟକ, ରାଜୀବ ଲୋଚନ ସାହୁଙ୍କ ସମେତ ଅନ୍ୟ ସଦସ୍ୟ ସାମିଲ ରହିଥିଲେ।
Comments are closed.