ବିହାରରେ ଜାତି ଗଣନା ପ୍ରସଙ୍ଗ : ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସୋମବାର ବିହାରରେ ଜାତି ଗଣନାକୁ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଜାତି ଗଣନା ଉପରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଯେ ପର୍ଯ୍ୟନ୍ତ ଶୁଣାଣି ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ରୋକ ଲଗାଯିବନାହିଁ ବୋଲି ଅଦାଲତ ଶୁଣାଇ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୪ରେ ହେବ। ଅଗଷ୍ଟ ପହିଲାରେ ପାଟନା ହାଇକୋର୍ଟ ଜାତି ଗଣନାକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।
Comments are closed.