www.samajalive.in
Sunday, December 7, 2025
23.1 C
Bhubaneswar

ମାଳଦ୍ବୀପରେ ବିଶ୍ବର ପ୍ରଥମ ପାଣିତଳ ହୋଟେଲ

ପାଣିତଳର ସଂସାର ଖୁବ୍‌ ବୈଚିତ୍ର୍ୟମୟ। ଜଳଜୀବ ଏବଂ ଉଦ୍ଭିଦଙ୍କୁ ନେଇ ଏଠାକାର ପରିବେଶ ଦେଖିବା ଲାଗି ଖୁବ୍‌ ଇଚ୍ଛା ହେଉଥିଲେ ବି ଭୟରେ ଅନେକେ ପାଣି ଭିିତରକୁ ଯାଇପାରନ୍ତି ନାହିଁ। ଏବେ କିନ୍ତୁ ପାଣି ଭିତରର ପ୍ରକୃତି ଦେଖିପାରିବେ ଏବଂ ସେଠାରେ ରହିବାର ମଜା ନେଇପାରିବେ। ଅବଶ୍ୟ ଏଥିପାଇଁ ଖୁବ୍‌ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ। ବିଶ୍ବର ପ୍ରଥମ ପାଣିତଳ ହୋଟେଲ ମାଳଦ୍ବୀପରେ ଖୋଲିଛି। ଏହାର ନାମ ରଖାଯାଇଛି ‘ମୁରାକା’। ସ୍ଥାନୀୟ ଭାଷାରେ ‘ମୁରାକା’ର ଅର୍ଥ ସାମୁଦ୍ରିକ ପ୍ରବାଳ। ଏଠାରେ ରହିବାକୁ ହେଲେ ଚାରିରାତି ପାଇଁ ପ୍ୟାକେଜ୍‌ ହେଉଛି ୧.୪କୋଟି ଟଙ୍କା (୨ଲକ୍ଷ ଡଲାର)। ଅର୍ଥାତ୍‌ ରାତିକୁ ରହଣି ପାଇଁ ୩୬ଲକ୍ଷ ଟଙ୍କା ଦେବାକୁ ହେବ। ଏବେ କିନ୍ତୁ ଏହି ସୁବିଧା କେବଳ ପ୍ୟାକେଜ୍‌ ଆକାରରେ ଉପଲବ୍ଧ। ମାଲଡିଭ୍‌ସ ରଙ୍ଗାଲି ଆଇଲ୍ୟାଣ୍ଡ୍‌ସ ଆଣ୍ଡ୍‌ ରିସୋର୍ଟସ ଏହି ହୋଟେଲ ନିର୍ମାଣ କରିଥିବା ବେଳେ ଏଥିରେ ପ୍ରାୟ ୧୦୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ହୋଟେଲରେ ଥିବା ଶୟନକକ୍ଷରେ କାଚର କାନ୍ଥ ଲାଗିଛି। ଫଳରେ ସମୁଦ୍ର ଭିତରର ଗତିବିଧି ସହଜରେ ଦେଖିହେବ। ୧୬ଫୁଟ ପାଣି ତଳେ ଥିବା ଏହି ହୋଟେଲରେ ବ୍ୟକ୍ତିଗତ ଜିମ୍‌, ସେଫ୍‌, ବାର୍‌, ସ୍ବିମିଂ ପୁଲ୍‌ ଆଦି ଆରାମଦାୟକ ବ୍ୟବସ୍ଥା ରହିଛି। ଅତିଥିମାନଙ୍କ ଲାଗି ଦେଢଘଣ୍ଟାର ମାଲିସ୍‌ ଏବଂ ସ୍ପିଡ୍‌ବୋଟ୍‌ରେ ବୁଲିବାର ବ୍ୟବସ୍ଥା ବି ଅଛି। ଦୁଇମହଲା ବିଶିଷ୍ଟ ଏହି ହୋଟେଲର ଉପର ମହଲା ପାଣି ଉପରେ। ଏଠାରେ ଥିବା ଡେକ୍‌ରେ ଅତିଥିମାନେ ସୂର୍ୟ୍ୟସ୍ନାନ କରିପାରିବେ।
ମୁରାକା ନିର୍ମାଣରେ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ଏହାର ନିର୍ମାଣରେ କାଚ, ଏକ୍ରିଲିକ୍‌, ଷ୍ଟିଲ ଏବଂ କଂକ୍ରିଟ ବ୍ୟବହାର ହୋଇଥିବା ବେଳେ ଏହାକୁ ସିଙ୍ଗାପୁରରେ ନିର୍ମାଣ କରାଯାଇ ଏକ ସ୍ବତନ୍ତ୍ର ଜାହାଜରେ ମାଳଦ୍ବୀପ ଆଣି ସମୁଦ୍ରରେ ସ୍ଥାପନ କରିଥିଲେ। ଜୋର୍‌ ଲହଡିରୁ ସୁରକ୍ଷା ଦେବା ପାଇଁ ସୁଦୃଢ ଖମ୍ବ ସହ ବନ୍ଧାଯାଇଛି। ମାଳଦ୍ବୀପ ଦେଶର ପ୍ରମୁଖ ଅବସର ବିନୋଦନ ସ୍ଥାନ ହୋଇଥିବା ବେଳେ ପ୍ରତିବର୍ଷ ପ୍ରାୟ ୬୦ହଜାର ଲୋକ ଏଠାକୁ ଛୁଟି ବିତାଇବା ଲାଗି ଆସିଥାନ୍ତି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories