ପୁଲିସକୁ ଗିରଫ କଲା ପୁଲିସ- ଏହି କାମ ପାଇଁ ଏବେ ଜେଲ୍ ଯିବେ
କୋଚୀ – କେରଳକୁ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଯାଇଥିବା କର୍ଣ୍ଣାଟକ ପୁଲିସ ଦଳର ସଦସ୍ୟମାନଙ୍କୁ କେରଳ ପୁଲିସ ପକ୍ଷରୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଇନିସ୍ପେକ୍ଟର ରହିଛନ୍ତି । କର୍ଣ୍ଣାଟକର ଜଣେ ଇନିସ୍ପେକ୍ଟର ତିନିଜଣ ପୁଲିସ କନେଷ୍ଟବଳଙ୍କ ସହ କେରଳକୁ ଏକ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଯାଇଥିଲେ । କେରଳର କୋଚୀରେ ସେ ଏହି ଅଭିଯୁକ୍ତମାନଙ୍କୁ ଧରିବା ପରେ ସେମାନଙ୍କ ଠାରୁ ଟଙ୍କା ମାଗିଥିଲେ ।
ଏହାପରେ ଜଣେ ଅଭିଯୁକ୍ତଙ୍କ ଭାବିପତ୍ନୀ ଏହି ପୁଲିସ ଅଧିକାରୀଙ୍କ ନାମରେ କେରଳର କୋଚୀରେ ଥିବା ଏକ ଥାନାରେ ମାମଲା ଦାୟର କରିଥିଲେ । କ୍ରିପ୍ଟକରେନ୍ସି ଠକେଇ ମାମଲାରେ ଅଖିଲ ଏବଂ ନିଖିଲ ନାମକ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ପାଇଁ ଯାଇଥିଲେ । ଏମାନଙ୍କୁ ଧରିବା ପରେ ଛାଡି ଦେବା ପାଇଁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ ।
ଜଣେ ଅଭିଯୁକ୍ତ ଲକ୍ଷେ ଟଙ୍କା ଆଉ ଜଣେ ୨.୯୫ ଲକ୍ଷ ଟଙ୍କା ପୁଲିସକୁ ଦେଇଥିଲେ । ଏହାପରେ କେରଳ ପୁଲିସକୁ ଏବିଷୟରେ ଅଭିଯୋଗ କରାଯାଇଥିଲା । କେରଳ ପୁଲିସ କର୍ଣ୍ଣାଟକ ପୁଲିସକ ଏହି ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିଲୁ ୩.୯୫ ଲକ୍ଷ ଟଙ୍କା ମିଳିଥିଲା । ଅଭିଯୁକ୍ତଙ୍କୁ ଗିରଫକରିବାକୁ ଆସିଥିବା ବେଳେ ଏତେ ଟଙ୍କା କେଉଁଠୁ ଆସିଲା ବୋଲି ସେମାନେ ତଦନ୍ତ କରିଥିଲେ । ପରେ କର୍ଣ୍ଣାଟକ ପୁଲିସ ଅଧିକାରୀ ଟଙ୍କା ମାଗୁଥିବାର ପ୍ରମାଣ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଛି । କର୍ଣ୍ଣାଟକ ପୁଲିସର ବରିଷ୍ଠ ଅଧିକାରୀ କୋଚୀରେ ଏହି ଘଟଣାର ତଦନ୍ତ ପାଇଁ ପହଞ୍ଚିଛନ୍ତି ।
Comments are closed.