www.samajalive.in
Sunday, December 7, 2025
14.1 C
Bhubaneswar

ଲାପଟପ୍‌ ଏବଂ ଟାବଲେଟ୍‌ ଆମଦାନୀ ଉପରେ କଟକଣା ଲଗାଇଲା ଭାରତ

ନୂଆଦିଲ୍ଲୀ – ବିଦେଶରୁ ଲାପଟପ୍‌ ଟାବଲେଟ୍‌ ଏବଂ ସର୍ଭର ଆମଦାନୀ ଉପରେ ଭାରତ କଟକଣା ଲଗାଇଛି । ଗୁରୁବାରରେ ଏହି କଟକଣା ଜାରି କରାଯାଇଛି । ଭାରତରେ ସ୍ୱଦେଶୀ ଉତ୍ପାଦକୁ ଅଗ୍ରାଧିକାର ଦେବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।  ଭାରତକୁ ଆସୁଥିବା ଯାତ୍ରୀଙ୍କ ଉପରେ ଏହି କଟକଣା ଜାରି କରାଯାଇ ନାହିଁ ।

ଭାରତରେ ଲାପଟପ୍‌ ତିଆରି ସହ କମ୍ପ୍ୟୁଟରର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ପାଇଁ ଅଗ୍ରାଧିକାର ଦିଆଯାଉଛି । ଏବେ ଦେଶରେ ଲାପଟପ୍‌, କମ୍ପ୍ୟୁଟର ପିସି ଏବଂ ସର୍ଭର ତିଆରି ପାଇଁ ସରକାର ବିଭିନ୍ନ ସକାରତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି ।

- Advertisement -

ଭାରତରେ ଡେଲ୍‌ ଏବଂ ଏଚ୍‌ପି ନିଜର ଉତ୍ପାଦ ଭାରତରେ ପ୍ରସ୍ତୁତ କରୁଛନ୍ତି । ଏବେ ଦେଶରେ କମ୍ପ୍ୟୁଟର ସାମଗ୍ରୀ ତିଆରିକୁ ବ୍ୟାପକ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣା ପଡିଛି । ଏବେ ଭାରତରେ ଲାପଟପ୍‌ ତିଆରି ବୃଦ୍ଧି ପାଇଛି । ଅନେକ କମ୍ପାନୀ ଭାରତରେ ନିଜର ଉତ୍ପାଦ ତିଆରି ପାଇଁ ଆଗ୍ରହ ଦେଖାଇଛନ୍ତି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories