BJD Bijuli 480×75 Mob

୩୫ହଜାର ଟଙ୍କାରେ ବିକ୍ରି ହୋଇଥିଲା ପ୍ରଶ୍ନପତ୍ର; ଖର୍ଚ୍ଚ ଉଠେଇବାକୁ ୧୦ଟି ହ୍ବାଟ୍ସଆପ୍ ଗ୍ରୁପ ସକ୍ରିୟ

BJD Bijuli 480×75 Mob
0

ନୂଆଦିଲ୍ଲୀ: ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଦିଲ୍ଲୀ ପୁଲିସକୁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପ୍ରଶ୍ନପତ୍ର ୩୫ହଜାର ଟଙ୍କାରେ ଜଣେ ଅଭିଭାବକ କିଣିଥିଲେ। ତେବେ ୩୫ହଜାର ଟଙ୍କା ଉକ୍ତ ଅଭିଭାବକଙ୍କ ପାଇଁ ଏତେ ଅଧିକ ଥିଲା ଯେ, ଏହି ଖର୍ଚ୍ଚକୁ ଉଠାଇବା ପାଇଁ ଜଣେ ପରେ ଅନ୍ୟ ଜଣଙ୍କୁ ପ୍ରଶ୍ନପତ୍ର ବିକ୍ରି କରିବାକୁ ଆରମ୍ଭ କରିଥିଲେ ଏହି ଅଭିଭାବକ।

ଦିଲ୍ଲୀ ପୁଲିସଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ୩୫ହଜାର ଟଙ୍କାରେ ଏହି ପ୍ରଶ୍ନପତ୍ରକୁ କିଣିବା ପରେ ଏହାକୁ ବିକ୍ରି କରିବା ପାଇଁ ହ୍ୱାଟ୍ସ ଆପରେ ଏହାକୁ ଏକାଧିକ ଅଭିଭାବକଙ୍କ ନିକଟରେ ପହଞ୍ଚାଇ ଦେଇଥିଲେ ଉକ୍ତ ବ୍ୟକ୍ତି। କାହାଠାରୁ ୧୦ହଜାର ତ’ କାହାଠାରୁ ୫ହଜାର ବିନିମୟରେ ହ୍ୱାଟ୍ସଆପ ଜରିଆରେ ପ୍ରଶ୍ନପତ୍ର ପହଞ୍ଚି ଯାଇଥିଲା ଅଭିଭାବକଙ୍କ ନିକଟରେ।

ଦିଲ୍ଲୀ ପୁଲିସକୁ ଯେଉଁ ହାତଲେଖା ପ୍ରଶ୍ନପତ୍ର ମିଳିଛି, ତା’ ରହସ୍ୟ ଉନ୍ମୋଚନ କରିବା ନିମନ୍ତେ ହାତଲେଖା ନମୁନା ନେଇ ଏହାର ପରୀକ୍ଷା ମଧ୍ୟ କରିବାକୁ ସ୍ଥିର କରିଛି। ଯେଉଁ ମାନଙ୍କ ଉପରେ ପୁଲିସ ସନ୍ଦେହ କରୁଛି ସେମାନଙ୍କୁ ଏଭଳି ପରୀକ୍ଷା କରିବାକୁ ସ୍ଥିର କରିଛି ଦିଲ୍ଲୀ ପୁଲିସ। କାରଣ ହାତଲେଖା ଏହି ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ହଜାରେରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ଥିବା ପୁଲିସ ସନ୍ଦେହ କରୁଛି। ହ୍ବାଟ୍ସଆପର ୧୦ଟି ଗ୍ରୁପ୍ ମଧ୍ୟରେ ସିବିଏସଇ ପ୍ରଶ୍ନପତ୍ରର କିଣାବିକା ହୋଇଥିଲା।  ପ୍ରଶ୍ନପତ୍ର ପ୍ରିଣ୍ଟିଙ୍ଗ, ଟ୍ରାନ୍ସପୋର୍ଟ, ପରୀକ୍ଷା ବୁକ୍‌ଲେଟ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ ସନ୍ଦେହ ତାଲିକାରେ ରଖାଯାଇଛି।

ପ୍ରଶ୍ନପତ୍ର ଲିକ୍‌ ମାମଲାରେ ତଦନ୍ତରେ ଦିଲ୍ଲୀ ସ୍ପେସାଲ ପୁଲିସ ଅଦ୍ୟାବଧି ୨୫ଜଣଙ୍କୁ ସନ୍ଦେହ ତାଲିକାରେ ରଖିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ୫ଜଣ ଟ୍ୱିସନ ଶିକ୍ଷକ। ତଥାପି ଅଦ୍ୟାବଧି ଏହି ମାମଲାର ମୁଖ୍ୟ କାର୍ପଟଦାରଙ୍କ ଟେର ପାଇବାରେ ବଞ୍ଚିତ ରହିଛି ଦ୍ୱିଲ୍ଲୀ ସ୍ପେସାଲ ପୁଲିସ। ଏଭଳି ପରିସ୍ଥିତିରେ ଏକାଧିକ ସ୍ଥାନରେ ପୁନର୍ବାର ପରୀକ୍ଷାକୁ ବିରୋଧ କରି ଆନ୍ଦୋଳନ ଅବ୍ୟାହତ ରହିଛି।

Leave A Reply