www.samajalive.in
Monday, December 15, 2025
24.1 C
Bhubaneswar

ପୁଣି ପ୍ରଶ୍ନପତ୍ର ଲିକ! ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା, ବିବାଦରେ ଓଏସଏସସି

ଭଦ୍ରକ/ଡେସ୍କ: ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି)ର କାର୍ଯ୍ୟଧାରାକୁ ନେଇ ଗୋଟିଏ ବିବାଦ ଥମି ନଥିବା ବେଳେ ଆଜି ପୁଣି ପ୍ରଶ୍ନପତ୍ର ଲିକ ଅଭିଯୋଗ ନେଇ ବିବାଦ ସୃଷ୍ଟି ହୋଇଛି। ଆଜି ହେଉଥିବା ଯୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ। ଏ ନେଇ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା କରାଯାଉଛି ଯେଉଁଥିରେ ପ୍ରାୟ ୭୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପ୍ରାୟ ୧୭ଟି କୋଠରୀରେ ପରୀକ୍ଷା ହେଉଥିବା ବେଳେ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ କରି ୪୦ରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନାହାନ୍ତି। ଏହି ପରୀକ୍ଷାରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲା ଯାଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ କୋଠରୀରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି ଯେ ପ୍ରଶ୍ନପତ୍ର ସିଲ ଥାଇ ବଣ୍ଟନ କରାଯିବାକୁ ନିୟମ ଥିବା ବେଳେ ତାହା କରାଯାଇ ନାହିଁ। ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଛି ଏବଂ ପୂର୍ବାହ୍ନ ୧୦ଟାରେ ପ୍ରଶ୍ନପତ୍ର ଦିଆଯିବାକୁ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ୧୦ଟା ୧୫ ମିନିଟରେ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା।

- Advertisement -

ଏହି ପରୀକ୍ଷା ୨ ମାସ ପୂର୍ବରୁ ହୋଇଥିଲା କିନ୍ତୁ ଓଡ଼ିଆ ପ୍ରଶ୍ନପତ୍ରରେ ମାତ୍ରାଧିକ ତ୍ରୁଟି ଯୋଗୁ ତାହାକୁ ବାତିଲ କରାଯାଇ ଆଜି ପୁଣି ପରୀକ୍ଷା କରାଯାଉଛି। ଜଣେ ପରୀକ୍ଷାର୍ଥୀଙ୍କ କହିବା ଅନୁଯାୟୀ, ପରୀକ୍ଷା ଦାୟିତ୍ୱରେ ଥିବା ତହସିଲଦାର କିଛି କରିପାରିବେ ନାହିଁ ବୋଲି କହିଛନ୍ତି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଁଚିଥିବା ସୂଚନା ମିଳିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories