www.samajalive.in
Monday, December 15, 2025
16.1 C
Bhubaneswar

ନଦୀକୂଳିଆଙ୍କୁ ବିପଦ ହିଂସ୍ର କୁମ୍ଭୀର, ଅଳ୍ପକେ ବର୍ତ୍ତିଲେ ୪ ମତ୍ସ୍ୟଜୀବୀ

ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ନିକଟ ଶୀତଳପୁର ଗାଁ ସାଳନ୍ଦୀ ନଦୀରେ କିଛିଦିନର ବ୍ୟବଧାନ ପରେ କୁମ୍ଭୀର ଆତଙ୍କ। ଗତ କିଛି ଦିନ ତଳେ ନଦୀରେ ୨ଟି କୁମ୍ଭୀର ବୁଲୁଥିବାର ଗାଁ ଲୋକ ଦେଖିବା ପରେ ଭୟଭିତ ହେବା ସହ ନଦୀକୂଳକୁ ଯିବା ବନ୍ଦ କରିଦେଇଥିଲେ।

ଆଜି ମେଘୁଆ ପାଗ ରହିଥିବା ବେଳେ ସମୁଦ୍ର ଜୁଆରରେ ଉଛୁଳା ରହିଛି ସାଳନ୍ଦୀ ନଦୀ। ଫଳରେ ବୈତରଣୀ ଓ ସାଳନ୍ଦୀ ନଦୀରେ ଘୂରି ବୁଲୁଥିବା ହିଂସ୍ର କୁମ୍ଭୀର ଗାଁ ନଦୀପଠାରେ ଥିବା ଗଛବୁଦା ମୂଳରେ ଶୋଇ ରହିଥିଲା। ଗାଁର କିଛି ମତ୍ସ୍ୟଜୀବୀ ସବୁଦିନ ପରି ଗତକାଲି ଅପରାହ୍ଣରେ ନଦୀ ଭିତରକୁ ମାଛ ମାରିବାକୁ ମଟର ଚାଳିତ ଡଙ୍ଗା ନେଇ ଯାଉଥିବା ସମୟରେ ୧୫/୧୬ଫୁଟ ଲମ୍ବର କୁମ୍ଭୀର ନଦୀ ପଠାରେ ଶୋଇ ରହିଥିଲା। ମତ୍ସ୍ୟଜୀବୀଙ୍କୁ ଦେଖି ବାରମ୍ବାର ଡଙ୍ଗା ଆଡକୁ ଝାମ୍ଫ ମାରିବା ସହ ନଦୀକୁ ଲମ୍ଫ ମାରିଥିଲା। ଏପରି ଦେଖିବା ପରେ ୪ ଜଣ ମତ୍ସ୍ୟଜୀବୀ ଜୀବନ ବଞ୍ଚାଇବାକୁ ଯାଇ ଅଧାବାଟରୁ ଫେରି ଆସିଥିଲେ। ଫଳରେ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

- Advertisement -

ଧାମନଗର ବନଖଣ୍ଡ ବିଭାଗ ପକ୍ଷରୁ କୁମ୍ଭୀରଙ୍କ ଠାରୁ ଦୂରେ ରହିବା ପାଇଁ ନଦୀପଠାକୁ ନଯିବା ପାଇଁ ଡାକବାଜି ଯନ୍ତ୍ର ଦ୍ବାରା ସଚେତନତା କରିବା ପରେ ଏକ ସଚେତନତା ଫଳକଟେ ମାରି କାମ ସାରିଦେଇଛି। ହେଲେ ନଦୀ କଡରେ ଜାଲ ବାନ୍ଧିବା ପାଇଁ ସ୍ଥାନୀୟ ଲୋକ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲାଗି ପାରିଲା ନାହିଁ। ଏପରିସ୍ଥଳେ ଉକ୍ତ ନଦୀବନ୍ଧ ଦେଇ ପ୍ରତିଦିନ ଗାଁ ସ୍କୁଲକୁ ଶହଶହ ଛାତ୍ରଛାତ୍ରୀ ଯାଉଛନ୍ତି। ଫଳରେ ଆଜି ନଦୀକୂଳରେ କୁମ୍ଭୀର ବୁଲୁଥିବା ଦେଖା ଦେବାରୁ ସ୍କୁଲୁକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ କିପରି ଆଣିବେ ଚିନ୍ତାରେ ପଡିଛନ୍ତି ଅଭିଭାବକ। ସେହିପରି ନଦୀକୂଳରେ ବସବାସ କରୁଥିବା ୧୦/୧୨ ପରିବାର ଭୟରେ ଜୀବନ ବିତାଉଥିବା କହିଛନ୍ତି ନଦୀକୂଳିଆ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories