www.samajalive.in
Monday, December 15, 2025
15.1 C
Bhubaneswar

ଅସୁସ୍ଥ ହାତୀର ଚିକିତ୍ସା କଲା ବନବିଭାଗ 

ଆଠଗଡ଼: ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ବନାଞ୍ଚଳ ଅଧିନ ସୁକାସନ ସଂରକ୍ଷିତ ଜଙ୍ଗଲରେ ଏକ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀର ପ୍ରାଣୀ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରାଯାଇଥିବା ଜଣାପଡିଛି। ଚନ୍ଦକା-ଡମପଡା ଅଭୟାରଣ୍ୟରୁ ଆସିଥିବା ୧୭ଟି ହାତୀ ଗତ କିଛିଦିନ ଧରି ଆଠଗଡ ବନଖଣ୍ଡକୁ ଚାଲି ଆସିଥିବା ବେଳେ ସେହି ହାତୀପଲଙ୍କ ମଧ୍ୟରୁ ଗୋଟିଏ ୩୦ ବର୍ଷର ଦନ୍ତାହାତୀ ଅସୁସ୍ଥ ଥିବା ହାତୀ ଜଗୁଆଳି ଓ ବନ କର୍ମଚାରୀଙ୍କଠାରୁ ରେଞ୍ଜର ଓ ଡିଏଫଓ ଜାଣିବାକୁ ପାଇଥିଲେ । ଛୋଟେଇ ଓ ଗୋଡ଼ ଘୋଷାରି ଚାଲୁଥିବା ଉକ୍ତ ହାତୀକୁ ଗତ ୫ ଦିନ ହେବ ବନବିଭାଗ ଦୃଷ୍ଟି ରଖିଥିଲା। ଏ ବିଷୟରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଡାକ୍ତର ଜଜ୍ଞଦତ୍ତ ପତି ମୁଖ୍ୟ ବନ ସଂରକ୍ଷକ(ବନ୍ୟଜନ୍ତୁ)ଙ୍କୁ ଅବଗତ କରାଇ ହାତୀଟିର ଚିକିତ୍ସା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ପିସିସିଏଫ(ୱାଇଲ୍ଡ ଲାଇଫ୍)ଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ବର ଓୟୁଏଟିର ବିଶେଷଜ୍ଞ ଡାକ୍ତର ଇନ୍ଦ୍ରମଣି ନାଥ, ନନ୍ଦନକାନନରୁ ମେଟାଲ ଡିଟେକଟର ଦୁଷ୍ମନ୍ତ ମାଝୀ, ଚନ୍ଦକା ଅଭୟାରଣ୍ୟରୁ ମାହୁନ୍ତ ରାଜୁ ମାଝୀ ପ୍ରମୁଖ ରବିବାର ସକାଳେ ସୁକାସନ ସଂରକ୍ଷିତ ଜଙ୍ଗଲରେ ପଶି ଅସୁସ୍ଥ ହାତୀକୁ ନିଶ୍ଚେତକ(ଟ୍ରାଙ୍କୁଲାଇଜର) ଦେବା ପରେ ତାର ଚିକିତ୍ସା କରୁଥିଲେ । ହାତୀଟିର ପଛ ଡାହାଣ ଗୋଡ ପାଦରେ ଏକ ଛୋଟ କ୍ଷତ ଥିବା ଦେଖିବା ପରେ ଡାକ୍ତର ନାଥ ଆବଶ୍ୟକୀୟ ଔଷଧ ଲଗାଇ ଚିକିତ୍ସା କରିଇବା ପରେ ତାକୁ ଖୋଲା ବିଚରଣ ପାଇଁ ଛାଡି ଦିଆଯାଇଥିଲା। ବନାଞ୍ଚଳର ଅଧିକାରୀ ରବିନ୍ଦ୍ର କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ବନକର୍ମଚାରୀମାନେ ହାତୀର ଚିକିତ୍ସା କରିବାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories