www.samajalive.in
Sunday, December 14, 2025
23.1 C
Bhubaneswar

ଇଞ୍ଜିନରେ ତ୍ରୁଟି; ସଇଁତଳା ଷ୍ଟେସନରେ ୨ଘଣ୍ଟା ଅଟକିଲା ଇସ୍ପାତ ଏକ୍ସପ୍ରେସ

ଦେଓଗାଁ/ସଇଁତଲା : ରେଳ ବିଭାଗର ସତେ ଯେମିତି ଚାଲିଛି ଶନି ଦଶା। ବହାନଗା ଷ୍ଟେସନରେ ରେଳ ଦୁର୍ଘଟଣା ପରଠାରୁ ଗୋଟିଏ ପରେ ଗୋଟିଏ ଷ୍ଟେସନ ଅଞ୍ଚଳରେ ଟ୍ରେନଗୁଡ଼ିକରେ ଦେଖାଦେଉଛି ତ୍ରୁଟି। କେଉଁଠି ବଗିରେ ଧୁଆଁ ବାହାରୁଛି ତ ପୁଣି କେଉଁଠି ବଗିକୁ ଛାଡ଼ି ପଳାଉଛି ଇଞ୍ଜିନ। ରବିବାର ବଲାଙ୍ଗୀର ଜିଲ୍ଲାର ସଇଁତଲା ଷ୍ଟେସନଠାରେ ଇସ୍ପାତ ଏକ୍ସପ୍ରେସ ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ୨ଘଣ୍ଟା ଧରି ଟ୍ରେନଟି ସେଠାରେ ଅଟକି ରହିଥିଲା। ଫଳରେ ଟ୍ରେନ ଯାତ୍ରୀ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି।

ପ୍ରକାଶ ଥାଉକି, ଟିଟିଲାଗଡ ପଟରୁ ହାୱଡ଼ା ଯାଉଥିବା ହାୱଡ଼ା ଇସ୍ପାତ ଏକ୍ସପ୍ରେସ ସଇଁତଳା ଷ୍ଟେସନକୁ ୫.୪୫ରେ ପହଞ୍ଚିବାକୁ ଥିବା ବେଳେ ରବିବାର ସକାଳ ୫.୫୦ରେ ପହଞ୍ଚିଥିଲା। ହେଲେ ଇଞ୍ଜିନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବାରୁ ଏହି ଟ୍ରେନଟି ଦୀର୍ଘ ସମୟ ଧରି ଅଟକି ରହିଥିଲା। ସଇଁତଲା ଷ୍ଟେସନରେ ଅଟକି ରହିଥିବା ମାଲବାହୀ ଟ୍ରେନ ଇଞ୍ଜିନ ସହାୟତାରେ ଇସ୍ପାତ ଏକ୍ସପ୍ରେସ ୭.୫୫ରେ ସଇଁତଳା ଷ୍ଟେସନ ଛାଡିଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦି ଟ୍ରେନ ଇଞ୍ଜିନରେ ତ୍ରୁଟି ଥିଲା, ତାହେଲେ ହଜାର ହଜାର ଲୋକଙ୍କୁ ନେଇ କାହିଁକି ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ଆଗଭର ହୋଇଥିଲା ବୋଲି ଯାତ୍ରୀମାନେ ପ୍ରଶ୍ନ କରିଛନ୍ତି। ଏଣୁ ଦୋଷୀ ବିରୁଦ୍ଧରେରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବୀ କରିଛନ୍ତି।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories