www.samajalive.in
Sunday, December 14, 2025
19.1 C
Bhubaneswar

ମଣିପୁର ହିଂସା – ରାଜ୍ୟପାଳଙ୍କୁ ଭେଟିଲେ ୨୧ ଜଣ ବିରୋଧୀ ସାଂସଦ

ଡେସ୍କ: ମଣିପୁର ହିଂସା ଏବଂ ଏହା ପରବର୍ତ୍ତୀ ଉତ୍ତେଜନାମୂଳକ ପରିସ୍ଥିତିର ସରଜମିନ ତଦନ୍ତ ପାଇଁ ୨୧ ଜଣ ବିରୋଧୀ ସାଂସଦ ଆଜି ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେଙ୍କ ସହ ସାକ୍ଷାତ କରିଛନ୍ତି। ରାଜ୍ୟପାଳଙ୍କ ସହ ସାଂସଦମାନେ ହିଂସା ପରବର୍ତ୍ତୀ ଥଇଥାନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିବା ଜଣାପଡିଛି। ସାଂସଦମାନେ ମଧ୍ୟ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦେଇଥିବା ସୂଚନା ମିଳିଛି।

ଗତକାଲି ଗସ୍ତର ପ୍ରଥମ ଦିନରେ ସମ୍ପୃକ୍ତ ସାଂସଦମାନେ ହିଂସା ପ୍ରଭାବିତ ମଣିପୁରର ବିଭିନ୍ନ ଅଞ୍ଚଳ ବୁଲିବା ସହ କେତେକ ଅସ୍ଥାୟୀ ଶିବିରକୁ ଯାଇ ଲୋକଙ୍କ ଠାରୁ ବିଭିନ୍ନ ବିଷୟ ପଚାରି ବୁଝିଛନ୍ତି। ତେବେ ସେହି ବିରୋଧୀ ସାଂସଦମାନେ ଏଭଳି ସମୟରେ ରାଜନୀତି କରୁଥିବା ବିଜେପି ସମାଲୋଚନା କରିଥିବା ବେଳେ ସେମାନେ ସେଠାକୁ ରାଜନୀତି କରିବାକୁ ନୁହେଁ ବରଂ ସମାଧାନର ବାଟ ଖୋଜିବାକୁ ଆସିଛନ୍ତି ବୋଲି କହିଛନ୍ତି।

- Advertisement -

ଗଣମାଧ୍ୟମକୁ ସୂଚନା ଦେଇ ସାଂସଦମାନେ କହିଛନ୍ତି, ଅସ୍ଥାୟୀ ଶିବିରରେ ଥିବା ଲୋକେ ସେମାନଙ୍କ ଭବିଷ୍ୟତ ନେଇ ଭୟଭୀତ ଅଛନ୍ତି। ମଣିପୁର ଯାଇଥିବା ୨୧ ବିରୋଧୀ ସାଂସଦମାନଙ୍କ ମଧ୍ୟରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଂସଦ ଅଛନ୍ତି। ଏହି ଗୋଷ୍ଠିରେ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, କେ ସୁରେଶ, ଫୁଲୋ ଦେବୀ ନେତମ, ଜେଡିୟୁର ରାଜୀବ ରଞ୍ଜନ ଲଲନ, ତୃଣମୂଳ କଂଗ୍ରେସର ସୁସ୍ମିତା ଦେବ, ଡ଼ିଏମକେର କାନିମୋଇ, ସିପିଆଇର ସନ୍ଦଶ କୁମାର, ସିପିଆଇ(ଏମ)ର ଏ ଏ ରହିମ, ଆରଜେଡିର ମନୋଜ କୁମାର ଝା, ସମାଜବାଦୀ ପାର୍ଟିର ଜାଭେଦ ଅଲ୍ଲୀ ଖାଁ, ଜେଏମଏମର ମହୁଆ ମାଜି, ଏନସିପିର ପିପି ମହମ୍ମଦ, ଜେଡିୟୁର ଅନିଲ ପ୍ରସାଦ ହେଗଡେ, ଆଇୟୁଏମଏଲର ଇଟି ମହମ୍ମଦ ବସିର, ଆରଏସପିର ଏନକେ ପ୍ରେମଚନ୍ଦ୍ରନ, ଆପର ସୁଶୀଲ ଗୁପ୍ତ, ଶିବସେନା (ୟୁବିଟି)ର ଅରବିନ୍ଦ ସାୱନ୍ତ, ଭିସିକେର ଡ଼ି ରବି କୁମାର ଓ ଥିରୁ ଥୋଲ ଥିରୁମଭାଲାଭାନ ଏବଂ ଆରଏଲଡ଼ିର ଜୟନ୍ତ ସିଂ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories