ଘର କାନ୍ଥ ଏବଂ ଛାତ ପାଣି ଖାଉଥିଲେ ଖରାପ ହେବ ଏଲ୍‌ଇଡି ଟିଭି- କବାଡି ଦରରେ ଯିବ

ଭୁବନେଶ୍ୱର/ନୂଆଦିଲ୍ଲୀ – ଏବେ ବର୍ଷା ଦିନ ଆରମ୍ଭ ହୋଇଛି । ବର୍ଷା ଦିନ ବିଭିନ୍ନ ଘରରର ଛାତ ଏବଂ କାନ୍ଥ ପାଣି ଖାଇଥାଏ । ଆଦ୍ରତା ବା ମଏଶ୍ଚର ଯୋଗୁଁ ବିଭିନ୍ନ ଇଲେକ୍ଟ୍ରୋନିକ ଜିନିଷ ଖରାପ ହୋଇଥାଏ । ସ୍ମାର୍ଟ ଏଲ୍‌ଇଡି ଟିଭି ଆଦ୍ରତା ଯୋଗୁଁ ଶୀଘ୍ର ଖରାପ ହୋଇଥାଏ । କାନ୍ଥରେ ଆପଣ ଏଲ୍‌ଇଡି ଟିଭି ଲଗାଇଥିଲେ ଏବଂ ଏହା ପାଣି ଜକଉଥିଲେ ଖରାପ ହେବାର ସମ୍ଭାବନା ଅଧିକ ।

ଏବେ ବିଭିନ୍ନ ପ୍ରକାରର ଓ୍ୱାଟରପ୍ରୁଫ୍‌ ଜିପର୍‌ ଏଲ୍‌ଇଡି ଟିଭି ପାଇଁ ମିଳୁଛି । ବର୍ଷା ଦିନେ ଆପଣ ଏହାକୁ ବ୍ୟବହାର କରିପାରିବେ ।

prayash

ଯଦି ଆପଣ ଏଲ୍‌ଇଡି ଟିଭିକୁ କାନ୍ଥରେ ଲଗାଇଛନ୍ତି , ଏବଂ ଏହା ପାଣିଖାଉଛି ତେବେ ସେଠାରୁ ତୁରନ୍ତ ଟିଭି କାଢି ଦିଅନ୍ତୁ . ଯଦି ଅନ୍ୟ ଉପାୟ ନାହିଁ ତେବେ ଜିପର ଥିବା ଓ୍ୱାଟରପ୍ରୁଫ୍‌ କଭର ବ୍ୟବହାର କରନ୍ତୁ । ଆଦ୍ରତା ଯୋଗୁଁ କେବଳ ଟିଭି ନୁହେଁ ଅନ୍ୟ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ମଧ୍ୟ ଖରାପ ହୋଇପାରେ । ଏଥିପାଇଁ ଆପଣ ବିଶେଷ ଧ୍ୟାନ ଦେବା ସହ ସେଗୁଡିକର ଯତ୍ନ ନିଅନ୍ତୁ ।

Comments are closed.