ପରଗ୍ରହୀ ମହାକାଶ ବିଜ୍ଞାନୀ ଆକାଶ ଗଙ୍ଗାକୁ କିପରି ଦେଖୁଥିବେ – ବୈଜ୍ଞାନିକ ଦେଲେ ଉତ୍ତର

ନୂଆଦିଲ୍ଲୀ – କେବଳ ପୃଥିବୀରେ ଜୀବ ଜଗତ ଥିବା କଥା ଅନେକ ବିଶ୍ୱାସ କରନ୍ତି । ଅନ୍ୟ କୌଣସି ଗ୍ରହରେ ଜୀବସତ୍ତା ଥିବା କଥା ପ୍ରମାଣ ମିଳନାହିଁ । ହେଲେ ବିଶ୍ୱ ବ୍ରହ୍ମାଣ୍ଡ ଏତେ ବଡ ଯାହା ଅକଳ୍ପନୀୟ । ଅନେକ ଗ୍ରହ ନକ୍ଷତ୍ର, ଆକାଶ ଗଙ୍ଗା, ନିହାରିକା ଏବଂ କୃଷ୍ଣ ଗର୍ତ୍ତକୁ ନେଇ ଏହି ବ୍ରହ୍ମାଣ୍ଡ ।

ତେବେ ଅନ୍ୟ କୌଣସି ଗ୍ରହରେ ଜୀବସତ୍ତା ରହିଛି ବୋଲି ବୈଜ୍ଞାନିମାନେ ବିଶ୍ୱାସ କରନ୍ତି । ବିଶ୍ୱ ବ୍ରହ୍ମାଣ୍ଡରେ ଥିବା ଅନ୍ୟ ଗାଲାକ୍ସିଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆକାଶଗଙ୍ଗାର ଗଠନ ରାସାୟନିକ ବିଶ୍ଳେଷଣ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି ଜର୍ମାନରେ ଥିବା ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ମାକ୍ସ ପ୍ଲାକ୍‌ ଇନ୍‌ଷ୍ଟିଟ୍ୟୁଟ୍‌ର ସହ ମୁଖ୍ୟ ଜିନାହୁଇ ଲିଆନ୍‌ ସୂଚନା ଦେଇଛନ୍ତି । ଏହା ଏକ ବୃତ୍ତାକାର ଗାଲାକ୍ସି ।

prayash

ପୃଥିବୀ ଏହା ଭିତରେ ବୁଲୁଥିବାରୁ ବୈଜ୍ଞାନିକମାନେ ଆକାଶଗଙ୍ଗା ବିଷୟରେ ଅନ୍ୟ ଗାଲାକ୍ସିଙ୍କ ଠାରୁ ଅଧିକ ଜାଣିଛନ୍ତି । ଆକାଶଗଙ୍ଗାରେ ୧୦୦୦ କୋଟିରୁ ଅଧିକ ତାରା ଏବଂ ସେତିକି ଗ୍ରହ ନକ୍ଷତ୍ର ଅଛନ୍ତି । ଏହା ପରଗ୍ରହୀମାନଙ୍କୁ କିପରି ଦେଖାଯିବ ତାହାର ଭିଡିଓ ନିମ୍ନରେ ପ୍ରଦାନ କରାଯାଇଛି ।

Comments are closed.