ନିଜକୁ ଗାନ୍ଧୀ ଏବଂ ମଣ୍ଡେଲାଙ୍କ ସହ ତୁଳନା କଲେ ପାକିସ୍ତାନର ଏହି ପୂର୍ବତନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ – ପାକିସ୍ତାନରେ ଗତ କିଛି ବର୍ଷ ଧରି ରାଜନୈତିକ ସଙ୍କଟ ଦେଖାଦେଇଛି । ସେନା ସମର୍ଥିତ ସରକାର ଯୋଗୁଁ ଅନେକ ଥର ପ୍ରଧାନମନ୍ତ୍ରୀ ବଦଳିଛନ୍ତି । ସାମ୍ବିଧାନିକ ସଙ୍କଟ ଦେଖା ଦେଇଛି ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ଙ୍କ ଅବସ୍ଥା ଭାରି ଖରାପ । ଥରେ ସେ ଗିରଫଦାରୀରୁ ବର୍ତ୍ତିଥିବା ବେଳେ ଏବେ କୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯାଇପାରେ ।
ଆତଙ୍କବାଦ ଏବଂ ଦୁର୍ନୀତି ଅଭିଯୋଗରେ ତାମଙ୍କ ନାମରେ ୧୭୦ଟି ମାମଲା ଦାୟର କରାଯାଇଛି । ଇମରାନଙ୍କୁ କୌଣସି ସମୟରେ ଗିରଫ କରାଯାଇପାରେ । ଏବେ ସେ ନିଜକୁ ଗାନ୍ଧୀ ଏବଂ ନେଲସନ୍ ମଣ୍ଡେଲାଙ୍କ ସହ ତୁଳନା କରୁଛନ୍ତି ।
ତାଙ୍କ ରାଜନୈତିକ ଜୀବନକୁ ଶେଷ କରିବା ପାଇଁ ଏବେର ପାକିସ୍ତାନ ସରକାର ତାଙ୍କ ନାମରେ ମିଛରେ ମାମଲା କରୁଥିବା କଥା ସେ କହିଛନ୍ତି । ବର୍ତ୍ତମାନର ପାକିସ୍ତାନର ସରକାର ତାଙ୍କ ପ୍ରତି ଭୟଭୀତ ଥିବା କଥା ସେ କହିଛନ୍ତି । ପାକିସ୍ତାନର ଜନସାଧାରଣଙ୍କ ପାଇଁ ସେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ।
Comments are closed.