www.samajalive.in
Monday, December 15, 2025
16.1 C
Bhubaneswar

ଆଇଟିଡିଏ ପକ୍ଷରୁ ଚାଷୀଙ୍କୁ କୃଷି ଉପକରଣ ବଣ୍ଟନ

ପାଟଣା: ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝର ତରଫରୁ କେନ୍ଦୁଝର ଜିଲ୍ଲାର ୩ଟି ବ୍ଲକରେ କୃଷି ଉପକରଣ ବଣ୍ଟନ କରାଯାଇଛି। ଗତକାଲି କେନ୍ଦୁଝର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତପନ କୁମାର ନାୟକ ପାଟଣା ବ୍ଳକର ଖିରେଇଟାଙ୍ଗିରୀ, ଟାଙ୍ଗରପଡା, ସାହରପଡା ବ୍ଲକର ବଡବିଲ, ତେଣ୍ଡରା, କୁଣ୍ଡଳା ଏବଂ ଘଟଗାଁ ବ୍ଲକର ମନୋହରପୁର, ରୁଟିଶିଳା ଗ୍ରାମରେ ୩୧୮ ଜଣ ଚାଷୀଙ୍କୁ ପ୍ଲାଷ୍ଟିକ କ୍ରେଟ ଏବଂ ୧୮ଟି ସ୍ୱୟଂ ସହାୟକ ଗୋଷ୍ଠିକୁ ୧୮ଗୋଟି ଓଜନ ମେସିନ ବଣ୍ଟନ କରିଛନ୍ତି। ଆଗାମୀ ଦିନରେ ଏହି ଉପକରଣ ଚାଷୀଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିବ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ନାୟକ ଆଶାବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇଟିଡିଏର ପ୍ରକଳ୍ପ ପରିଚାଳକ ସଚ୍ଚିଦାନନ୍ଦ ମିଶ୍ର,କୃଷି ବିଶେଷଜ୍ଞ ଭାନୁମତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

Related Articles

Popular Categories