www.samajalive.in
Sunday, December 14, 2025
19.1 C
Bhubaneswar

ପୁଣି ଶବକୁ ଅସମ୍ମାନ, ଟ୍ରଲିରେ ବୁହା ହେଲା ଶବ

ଗଜପତି: ମିଳିଲାନି ମହାପ୍ରଣାୟ, ଟ୍ରଲିରେ ବୁହା ହେଲା ଶବ। ଗଜପତି ଜିଲ୍ଲା ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କୃଷ୍ଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଗତକାଲି ବିଳମ୍ବିତ ରାତିରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହେବାରୁ ତାଙ୍କର ମୋହନା ମେଡ଼ିକାଲରେ ହିଁ ମୃତ୍ୟୁ ହୋଇଯାଇଥିଲା। ବିଡମ୍ବନା ଏହା ଯେ ପରିବାର ଲୋକଙ୍କୁ ମୋହନା ମେଡିକାଲରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ତାଙ୍କ ମୃତ୍ୟୁ ପରେ କୌଣସି ଗାଡ଼ି ମିଳିପାରିନଥିଲା ଘରକୁ ଶବ ନେବା ପାଇଁ। ଯାହା ଫଳରେ ମୃତ କୃଷ୍ଣ ସାହୁଙ୍କୁ ଏକ ଟ୍ରଲି ରିକ୍ସାରେ ନେବାକୁ ବାହାରିଥିଲେ। ହେଲେ ସ୍ତ୍ରୀ ଜୟନ୍ତୀ ସାହୁ ମଧ୍ୟ ସେହି ଟ୍ରଲି ରିକ୍ସାରେ ବାହୁନେଇ ବାହୁନେଇ କାନ୍ଦି ସ୍ୱାମୀଙ୍କୁ ନେବା ରିକ୍ସାରେ ବସି ପ୍ରାୟ ଦେଢ଼ କିଲୋ ମିଟର ଦୂରରେ ଥିବା ଘରକୁ ଯାଇଥିଲେ। ଏହି ଭଳି ଘଟଣା ବାରମ୍ୱାର ମୋହନା ମେଡ଼ିକାଲରେ ଦେଖିବାକୁ ମିଳୁଥିବା ବେଳେ ଶବ ନେବା ପାଇଁ ଯଦି ସରକାର ଆନୁସଙ୍ଗିକ ବ୍ୟବସ୍ଥା କରିବେ ତା ହେଲେ ଏହିଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିବନି ବୋଲି ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି। ଅପରପକ୍ଷରେ ମୋହନା ଥାନା ଅଞ୍ଚଳରେ ଗୋଟିଏ ମାତ୍ର ମହାପ୍ରଣାୟ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରହୁଥିବା ବେଳେ ଆର ଉଦୟଗିରି ଓ ମୋହନା ବ୍ଳକ ବାସିନ୍ଦା ନିର୍ଭରଶୀଳ ରହୁଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories