www.samajalive.in
Sunday, December 14, 2025
16.1 C
Bhubaneswar

ଲାଞ୍ଜିଗଡ ହାଇସ୍କୁଲ ପ୍ରିମିଅର ଲିଗ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡସ୍ଥିତ ହାଇସ୍କୁଲ ଖେଳପଡିଆଠାରେ ଲାଞ୍ଜିଗଡ ହାଇସ୍କୁଲ ଛାତ୍ରଙ୍କ ଆନୁକୂଲ୍ୟରେ ଲାଞ୍ଜିଗଡ ହାଇସ୍କୁଲ ପ୍ରିମିଅର ଲିଗ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ମ୍ୟାଚ୍ ଏଲଏଚଏସ ୧୩ ଓ ଏଲଏଚଏସ ୧୭ ଦଳ ମଧ୍ୟରେ ହୋଇଥିଲା। ଏଲଏଚଏସ ୧୩ ଦଳ ପ୍ରଥମେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ଏବଂ ଏଲଏଚଏସ ୧୭ ଦଳକୁ ଫିଲଡିଂ କରିବାକୁ ଦେଇଥିଲେ। ଏଲଏଚଏସ ୧୩ ଦଳ ୧୦ ଓଭର ୭ ଉଇକେଟ ବିନିମୟରେ ୧୨୬ ରନ୍ କରିଥିବା ବେଳେ ଜବାବରେ ଏଲଏଚଏସ ୧୭ ଦଳ ୧୦ ଓଭରରେ ୮ ଉଇକେଟ ବିନିମୟରେ ୧୧୮ ରନ୍ କରି ଏଲଏଚଏସ ୧୩ ଦଳ ଠାରୁ ପରାଜୟ ହୋଇଥିଲେ। ଏହି ଉଦଯାପନୀ ଫାଇନାଲ ମ୍ୟାଚରେ ଏଲଏଚଏସ ୧୩ ଦଳ ୮ ରନରେ ବିଜୟୀ ହେଇଥିଲା। ଏହି ଉଦଯାପନୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡI, ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଙ୍ଗଦେଓ, ଜମ୍ବେଶ୍ୱର ମାଝୀ, ବିନୋଦ ବାତ୍ରା, ସୁନୀଲ କୁମାର ପାଠକ, ଅମିତା ସ୍ୱାଇଁ ଏବଂ ଅନ୍ୟାନ୍ୟ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ୧୭ ତାରିଖ ଠାରୁ ଆରମ୍ଭ ହେଇ ୩୦ ତାରିଖରେ ଶେଷ ହେଇଥିବା ବେଳେ ଏଥିରେ ୧୦ଟି ଦଳ ସାମିଲ ହୋଇଥିଲେ ବୋଲି ଲାଞ୍ଜିଗଡ ହାଇସ୍କୁଲ ଛାତ୍ରଙ୍କ ତରଫରୁ ସୂଚନା ମିଳିଛି। ଏହି ଉଦଯାପନୀ ମ୍ୟାଚରେ ଧାରା ବିବରଣୀ ଲିକୁ ବାଣୁଆ ଏବଂ ସ୍କୋର ବୋର୍ଡ଼ରେ ଟୁନା ସୁନାନୀ କାର୍ଯ୍ୟ ତୁଲାଇଥିବା ବେଳେ ଖେଳ ପରିଚାଳନା ଶିବ ପ୍ରଧାନୀ ଏବଂ କିଶୋର ମୁଣ୍ଡଛୀନା କରିଥିଲେ। ଏହି ଲାଞ୍ଜିଗଡ ହାଇସ୍କୁଲ ପ୍ରିମିଅର ଲିଗ କ୍ରିକେଟ ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ଲାଞ୍ଜିଗଡ ହାଇସ୍କୁଲ ଛାତ୍ର ମାନେ ଉପସ୍ଥିତ ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories