ଆମରି ରାଜ୍ୟର ଏହି ସ୍ଥାନରେ ଷ୍ଟାର୍ଟ ହେଉନି ଥାନାର ଜିପ୍‌ , ଠେଲି କରି କରୁଛନ୍ତି ଷ୍ଟାର୍ଟ- ଧାମରା ସାମୁଦ୍ରିକ ଥାନାରେ ପୁରୁଣା ଖରାପ ଜିପ

ଧାମରା : ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଙ୍କ ନିର୍ଦେଶକ୍ରମେ କେଉଁ ଥାନାକୁ ୨ଟି ଭଲ ବଲେରୋ ଯୋଗାଇ ଦିଆଯାଉଥିବା ବେଳେ ଆଉ କେଉଁ ଥାନା ଏବଂ ଫାଣ୍ଡିକୁ ପୁରୁଣା ଗାଡି(ଜିପ) ଯୋଗାଇ ଦିଆ ଯାଉଛି ବୋଲି ଅଭିଯୋଗ । ଏପରିକି ଏହି ଖରାପ ଗାଡି ପାଇଥିବା ପୁଲିସ ଅଧିକାରୀ କେତେବେଳେ ଦାଗୀଙ୍କୁ ଧରି ଆଣି ଏହି ଖରାପ ଜିପରେ ବସାଇ ଷ୍ଟାର୍ଟ ମାରିବା ବେଳେ ଜିପ ଷ୍ଟାର୍ଟ ହେଉନି ।

prayash

ଏହି ପରିସ୍ଥିତିରେ ଦାଗୀଙ୍କୁ ଧରିବାକୁ ଯାଇଥିବା ଥାନା ଷ୍ଟାଫ ଏବଂ ସର୍ବସାଧାରଣରେ ଜିପକୁ ଠେଲି ଠେଲି ଷ୍ଟାର୍ଟ କରୁଥିବାର ଚିତ୍ର ଏବେ ଦେଖିବା ପାଇଁ ମିଳୁଛି । ଏହା ଷ୍ଟାର୍ଟ ନହେବା କଥା ଦାଣ୍ଡରେ ପଡି ହାଟରେ ଗଡୁଛି । ଏହି ଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରାପ୍ତ ଖବରରୁ ଜଣାଯାଇଛି କିଛି ଦିନ ତଳେ କିଛି ଆସାମୀ ମାନଙ୍କୁ ଧରିବାକୁ ଧାମରା ସାମୁଦ୍ରିକ ଥାନାଧିକାରୀ ଏବଂ ତାଙ୍କ ଟିମ ଜାଗୁଳା ଗ୍ରାମକୁ ଯାଇଥିଲେ । ସଂପୃକ୍ତ ଦାଗୀ ମାନଙ୍କୁ ଧରି ଆଣି ସାମୁଦ୍ରିକ ଥାନା ଟିମ ଜିପ (ଓଆର ୦୨ବିଏଫ୮୬୧୫)ରେ ବସାଇବା ପରେ ଜିପର ଚାଳକ ଷ୍ଟାର୍ଟ ମାରିଥିଲେ । ବହୁ ଚେଷ୍ଟା କରିବା ପରେ ମଧ୍ୟ ଏହା ଷ୍ଟାର୍ଟ ନ ହେବାରୁ ସମସ୍ତ ଦାଗୀ ମାନଙ୍କୁ ଜିପରୁ ଓହ୍ଲାଇ ଦେଇ ମେରାଇନ ଥାନାର କିଛି କର୍ମଚାରୀ ସାଧାରଣ ଜନତାଙ୍କ ସାହାରା ନେଇ ଏଇ ଜିପ ଟି ଷ୍ଟାର୍ଟ କରିବାକୁ ଚେଷ୍ଟା ଚଳାଇଥିଲେ ।

ବହୁ ସମୟ ପରେ ଜିପଟି ଷ୍ଟାର୍ଟ ହେବା ପରେ ଧାମରା ମେରାଇନ ଥାନାର କର୍ମଚାରୀ ମାନେ ଆସି ଧାମରା ମେରାଇନ ଥାନାରେ ପହଂଚିଥିଲେ । ଏଠାରେ ପୁଲିସ ପ୍ରଶାସନର ପାରିବାର ପଣିଆକୁ ନେଇ ପ୍ରଶ୍ନ ଉଠେ କଣ କୌଣସି ଅସୁବିଧାରେ ସାଧାରଣ ଜନତା ପୁଲିସ କୁ ଫୋନ କରି ସାହାଯ୍ୟ ମାଗିଲେ କଣ ଧାମରା ମେରାଇନ ଥାନାଧିକାରୀ ଏହି ଭଙ୍ଗା ଅସଜଡା ଜିପକୁ ନେଇ ସାଧାରଣ ଜନତାଙ୍କ ପାଖରେ ପହଂଚି ଲୋକଙ୍କୁ ଠିକ ସମୟରେ ସାହାଯ୍ୟ କରିପାରିବେ ତ? କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ଏହି ଜିପ୍‌ କାମ ଦେବ, ଥାନାବାଲା ସେଠାରେ ଠିକ୍‌ ସମୟରେ ପହଞ୍ଚି ପାରିବେ କିଁ?
ଆଇନଶୃଙ୍ଖଳା ପରିସ୍ଥିତି ସଜାଡିବା ପାଇଁ ରାଜ୍ୟ ସରକାର ପ୍ରାଧାନ୍ୟତା ଦେଉଥିବା ବେଳେ ଥାନାକୁ ଭଲ ଗାଡି ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Comments are closed.