ୟୁପିରେ ଗୋଟିଏ ସ୍କୁଟର ଦେଢବର୍ଷରେ ୭୦ ଥର କଟିଛି ଚାଲାଣ

ଗୋରଖପୁର- ଉତ୍ତରପ୍ରଦେଶ ଗୋରଖପୁରର ଗୋଟିଏ ସ୍କୁଟିର ୭୦ ଥରରୁ ଅଧିକ ଥର ଚାଲାଣ କଟିଛି । ୨୦୨୨ ମସିହାରେ ଏହି ସ୍କୁଟରର ୩୭ ଥର ଚାଲାଣ କଟିଥିବା ବେଳେ ୨୦୨୩ରେ ୩୩ ଥର ଚାଲାଣ କଟି ସାରିଲାଣି ।

prayash

ପୁଲିସ ସବୁଠାରୁ ଅଧିକ ଚାଲଣ କଟିଥିବା ଗାଡି ମାଲିକମାନଙ୍କୁ ନୋଟିସ୍‌ ପଠାଇଛି । ଏହି ବାହାନ ଗୁଡିକୁ ଜବତ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

ବିନା ହେଲମେଟ୍‌ ସହ ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଘଂନ ପାଇଁ ଏହି ଚାଲାଣ କଟିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନଙ୍କର ଅଧିକ ଚାଲାଣ କଟିଛି ସେମାନଙ୍କ ଗାଡି ଜବତ କରାଯିବ ବୋଲି ପୁଲୁସ ସୂଚନା ଦେଇଛି ।

Comments are closed.