www.samajalive.in
Monday, December 15, 2025
24.1 C
Bhubaneswar

ତୁର୍କୀରେ ଲଗାଣ ବର୍ଷା, ଜୀବନଯାତ୍ରା ପ୍ରଭାବିତ

ଡେସ୍କ: ତୁର୍କୀରେ ଲଗାଣ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡ଼ିଛି। ଗତ କିଛିଦିନ ଧରି ଭୀଷଣ ବର୍ଷା ଲାଗି ରହିଥିବାରୁ ରାସ୍ତାଘାଟ, କର୍ମସ୍ଥଳୀ ଓ ଆବାସିକ ଅଞ୍ଚଳ ବନ୍ୟା ପ୍ଲାବିତ ହୋଇଛି। ବନ୍ୟା ଯୋଗୁଁ ଅନେକ ପ୍ରଦେଶରେ ବହୁ ସମ୍ପତ୍ତି ନଷ୍ଟ ହୋଇଛି ଓ ଗାଡ଼ିଗୁଡ଼ିକ ବୁଡ଼ିଯାଇଛି। ରାଜଧାନୀ ଅଙ୍କାରାରେ ପରିସ୍ଥିତି ଖରାପ ରହିଛି। କେସିଓରେନ୍‌‌ ଜିଲ୍ଲା ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। କେସିଓରେନ୍‌‌ ମେୟର୍‌‌ ତୁରୁଗୁତ୍‌‌ ଆଲ୍‌‌ଟିନୋକ୍‌‌ କହିଛନ୍ତି ବର୍ଷା ପରେ ପରେ ଜଳ ନିଷ୍କାସିତ ହେବାକୁ ଥିବା ଡ୍ରେନ୍‌‌ଗୁଡ଼ିକ ଅବରୁଦ୍ଧ ହୋଇଯାଇଥିଲା ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଇତିମଧ୍ୟରେ ଦକ୍ଷିଣାଞ୍ଚଳ ଆନ୍ତାଲିଆ ପ୍ରଦେଶ ମଧ୍ୟ ବର୍ଷା ଯୋଗୁଁ ଜଳମଗ୍ନ ହୋଇଛି। ବର୍ଷାରେ ପ୍ରଭାବିତ ହୋଇଥିବା ଅନ୍ୟ ଅଞ୍ଚଳ ଗୁଡ଼ିକ ମଧ୍ୟରେ ଉତ୍ତରାଞ୍ଚଳ ଶାମସୁନ୍‌‌ ପ୍ରଦେଶ, ପୂର୍ବାଞ୍ଚଳ ଏଲାଜିକ୍‌‌ ପ୍ରଦେଶ, ମସ୍‌‌ ପ୍ରଦେଶ ଓ କାର୍ଶ ପ୍ରଦେଶ ରହିଛି। ଏହି ସବୁ ଅଞ୍ଚଳରେ ଭୂସ୍ଖଳନ ହେବା ସହ ଅଟ୍ଟାଳିକା ଗୁଡ଼ିକ ପାଣିଘେର ମଧ୍ୟରେ ରହିଛି। ଗାଡ଼ି ମୋଟର ସବୁ ପାଣି ଭିତରେ ବୁଡ଼ି ରହିଥିବା ବେଳେ ଘରଗୁଡ଼ିକରେ ମଧ୍ୟ ବର୍ଷାଜଳ ପ୍ରବେଶ କରିଛି। ବନ୍ୟାଞ୍ଚଳକୁ ଉଦ୍ଧାରକାରୀ ଦଳକୁ ପଠାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories