ଦୃଢ଼ ହେବ ଦ୍ୱିପାକ୍ଷିକ ସମ୍ପର୍କ, ଦକ୍ଷିଣଆଫ୍ରିକା ଯିବେ ଜୟଶଙ୍କର

ଡେସ୍କ: ଆସନ୍ତାକାଲି ବୈଦେଶିକ ମନ୍ତ୍ରୀ ଡଃ ଏସ୍‌‌. ଜୟଶଙ୍କର ଦକ୍ଷିଣ ଆଫ୍ରିକା ଓ ନାମିବିଆ ଗସ୍ତରେ ଯିବେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଦକ୍ଷିଣ ଆଫ୍ରିକା ରାଜଧାନୀ କେପ୍‌‌ଟାଉନରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ସହ ବୈଠକରେ ଯୋଗଦେବେ।ସେ ଦକ୍ଷିଣଆଫ୍ରିକା ବୈଦେଶିକ ମନ୍ତ୍ରୀ ନାଲେଡି ପାଣ୍ଡୋରଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିବେ। ସେ ମଧ୍ୟ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସହ ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ। ଏହା ଛଡା ସେ କେପ୍‌‌ଟାଉନ୍‌‌ରେ ପ୍ରବାସୀ ଭାରତୀୟମାନଙ୍କ ସହ ବାର୍ତ୍ତାଳାପ କରିବେ।

ଗସ୍ତର ଦ୍ଵିତୀୟ ପର୍ଯ୍ୟାୟରେ ବୈଦେଶିକ ମନ୍ତ୍ରୀ ଡଃ ଜୟଶଙ୍କର ଜୁନ ୪ରୁ ୬ ତାରିଖ ପର୍ଯ୍ୟନ୍ତ ନାମିବିଆ ଯିବେ। ଏହା ଭାରତର ଜଣେ ବୈଦେଶିକ ମନ୍ତ୍ରୀଙ୍କର ନାମିବିଆକୁ ପ୍ରଥମ ଗସ୍ତ ହେବ। ଶ୍ରୀ ଜୟଶଙ୍କର ସେଠାରେ ଶୀର୍ଷ ନେତାମାନଙ୍କୁ ସାକ୍ଷାତ କରିବେ ଓ ମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ। ନାମିବିଆ ବୈଦେଶିକ ମନ୍ତ୍ରୀ ନେତୁମ୍ବୋ ନନ୍ଦୀ ଏନ୍‌‌. ଦାୟିତ୍‌‌ୱାଙ୍କ ସହ ସେ ଉଦ୍‌‌ଘାଟନୀ ଅଧିବେଶନରେ ମିଳିତ ଅଧ୍ୟକ୍ଷତା କରିବେ। ସେ ମଧ୍ୟ ପ୍ରବାସୀ ଭାରତୀୟମାନଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟସୂଚୀ ରହିଛି।

Comments are closed.