www.samajalive.in
Monday, December 8, 2025
20.1 C
Bhubaneswar

ରଚିବା ନିତି କାଲିର ଭିତ୍ତି – ଜୀ ସାର୍ଥକର ନୂଆ ଟ୍ୟାଗଲାଇନ୍

ଡେସ୍କ: ଦର୍ଶକଙ୍କୁ ସବୁବେଳେ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରୁଥିବା ଜୀ-ସାର୍ଥକ ଚ୍ୟାନେଲ ତା’ର ନୂତନ ଟ୍ୟାଗଲାଇନ୍ ‘ରଚିବା ନିତି କାଲିର ଭିତ୍ତି’ ଆରମ୍ଭ କରିଛି। ଏହାର ଅର୍ଥ ହେଉଛି, ଆସନ୍ତାକାଲିର ମୂଳଦୁଆ ପକାଇବା, ସବୁଦିନ। ଏହି ଟ୍ୟାଗଲାଇନ୍ ଜୀ-ସାର୍ଥକ ଦେଖାଇଥିବା କାହାଣୀ ଏବଂ ଚରିତ୍ରରେ ପ୍ରତିଫଳିତ ହୋଇଥାଏ।

ଏହି ନୂତନ ଟ୍ୟାଗଲାଇନ୍ ଜୀ-ସାର୍ଥକ ଓଡ଼ିଶାର ପ୍ରଗତିଶୀଳ ସଶକ୍ତ ଓଡିଆ ମହିଳା ଚିନ୍ତାଧାରାକୁ ଦର୍ଶାଇବାକୁ ତିଆରି ହୋଇଛି। ଓଡିଆ ମହିଳାଙ୍କ ସଂସ୍କୃତି ଉପରେ ହୋଇଥିବା ଅଧ୍ୟୟନର ଅନ୍ତର୍ନିହିତ ତଥ୍ୟରେ ଦର୍ଶାଯାଇଛି ଯେ ଓଡିଆ ମହିଳାମାନେ ସର୍ବଦା ପରିବାରକୁ ପ୍ରାଧାନ୍ୟ ଦିଅନ୍ତି, ସେ ମଧ୍ୟରେ ବି ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବା ପାଇଁ ନିଜକୁ ସର୍ବଦା ପ୍ରସ୍ତୁତ ରଖନ୍ତି। ଜୀ-ସାର୍ଥକ ସେହି ମହିଳାମାନଙ୍କୁ ସମ୍ମାନ କରନ୍ତି, ଯେଉଁମାନେ ଆସନ୍ତାକାଲିର ଭଲ ପାଇଁ ପ୍ରତିଦିନ ନୀରବରେ ନିଜର ଉଦ୍ୟମ ଜାରି ରଖିଛନ୍ତି।

- Advertisement -

ଏହି ଟ୍ୟାଗଲାଇନ୍ ଉପରେ ନିଜର ମନ୍ତବ୍ୟ ଦେଇ ଚ୍ୟାନେଲ ମୁଖ୍ୟ କ୍ଲଷ୍ଟର ଅଫିସର ସମ୍ରାଟ ଘୋଷ କହିଛନ୍ତି, ନଂ-୧ ଜିଇସି ଚ୍ୟାନେଲ ଭାବରେ ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି। ରାଜ୍ୟର ଗଭୀର ସାଂସ୍କୃତିକ ଆଭିମୁଖ୍ୟ ସହ ସର୍ବଦା ନୂତନ ପ୍ରଗତି ଦିଗରେ ଛୋଟ, ଅର୍ଥପୂର୍ଣ୍ଣ ପଦକ୍ଷେପ ନେଇଥାଏ। ଏହା ପ୍ରତିଦିନ ଓଡିଆ ମହିଳାମାନଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବାକୁ ଲକ୍ଷ୍ୟ ରଖିଛି ଯାହା ଦ୍ୱାରା ଚ୍ୟାନେଲ ଏକ ଉତ୍ତମ, ଉଜ୍ଜ୍ୱଳ ଭବିଷ୍ୟତ ଖୋଜିବା ପାଇଁ ଏକ ସକ୍ଷମକାରୀ ହୋଇପାରିବ ବୋଲି ଆମର ଆଶା। ଆମର ନୂଆ ଟ୍ୟାଗଲାଇନ୍ “ରଚିବା ନିତି କାଲିର ଭିତ୍ତି”କୁ ଆଧାର କରି ଆବଶ୍ୟକୀୟ ଏବଂ ପ୍ରେରଣାଦାୟକ ବିଷୟବସ୍ତୁ ସୃଷ୍ଟି କରିବାକୁ ଆମର ନିରନ୍ତର ପ୍ରୟାସ ଜାରି ରହିବ।

ନୂତନ ଟ୍ୟାଗଲାଇନ୍ ବିଷୟରେ ଆଲୋଚନା କରି ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ। ସାଥିରେ, ମୁଁ ବି ବିଜୟିନୀ, ତୁ ଖରା ମୁଁ ଛାଇ, ଖୁସିର ଛୁଙ୍କ ଓ ରଜ କୁଇନ୍ ପରି ପ୍ରୋଗ୍ରାମ୍ ଏକ ନୂତନ ବ୍ରାଣ୍ଡର ସ୍ଥିତିକୁ ସୁଦୃଢ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜୀ-ସାର୍ଥକର ପ୍ରତ୍ୟେକ ଚରିତ୍ର ହେଉଛି ନୂତନ ଉଦୀୟମାନ ଓଡିଆ ମହିଳାମାନଙ୍କର ପ୍ରତିଫଳନ, ଯେଉଁମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ପ୍ରଥମ ଚେଷ୍ଟା କରୁଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories