www.samajalive.in
Monday, December 8, 2025
13.1 C
Bhubaneswar

ଅନ୍ଧାରୀମୂଲକ ଗାଁ କାଚପାଜୁରେ ସ୍ୱାସ୍ଥ୍ୟମେଳା 

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ପଂଚାୟତର ଅନ୍ଧାରୀମୂଲକ ଗାଁ କାଚପାଜୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ଆଡେଣିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି। ଦୁର୍ଗମ କଣ୍ଡରା, କାଚପାଜୁ, ବାଙ୍କପାକୁ ସୁଲକେଟି ଏବଂ ସାରୁପଦର ଭଳି ୫ଟି ହରିଜନ/ଆଦିବାସୀ ବହୁଳ ଗାଁର ୧୧୭ଜଣ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଔଷଧ ବଣ୍ଟନ ସହ ସମସ୍ତଙ୍କୁ ଓଆରଏସ ସରବତ ମଧ୍ୟ ବଣ୍ଟନ କରାଯାଇଥିଲା। ଯକ୍ଷ୍ମା ସନ୍ଦେହରେ ୦୩ଜଣଙ୍କ କଫ ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଡାକ୍ତର ସିଦ୍ଧାର୍ଥ ଶଙ୍କର ସାହୁ, ଡାକ୍ତର ନିଲୁ ସାହୁ, ବିପିଏମ ଅରୁଣ କୁମାର ପାଢ଼ୀ, ଫାର୍ମାସିଷ୍ଟ ପ୍ରଭୂଦତ ପୁରୋହିତ, ଷ୍ଟାଫ ନର୍ସ ବ୍ୟଞ୍ଜନ କୁମାର ମେହେର, ଏମପିଏଚଡବ୍ଲ୍ୟୁ(ମେଲ) ବିରେନ୍ଦ୍ର କୁମାର କହଁର, ଦେବବ୍ରତ ମେହେରଙ୍କ ସହିତ ଆଶା ଏବଂ ଅଙ୍ଗନଓ୍ବାଡ଼ି କର୍ମୀ ପ୍ରମୁଖ ସାମିଲ ଥିଲେ।

ସୂଚନା ଥାଉକି, ଗତ ୨୪ତାରିଖ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଆଡେଣିଗଡ଼ ପଂଚାୟତର ୫/୬ଟିଘାଟି ପାହାଡ ଡେଇଁ ୧୧କିଲୋମଟିର ପାହାଡ ଉପରେଥିବା ଦୁର୍ଗମ କଣ୍ଡରା/କାଚପାଜୁ ପରିଦର୍ଶନ ପାଇଁ ପହଞ୍ଚିଥିଲେ। ପରିଦର୍ଶନ ସମୟରେ ଦୁର୍ଗମ ଅଞ୍ଚଳ ଅଧିବାସୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ଅପହଞ୍ଚ ରହିଥିବା ଜିଲ୍ଲାପାଳ ନିଜେ ହୃଦୟଙ୍ଗମ କରିପାରିଥିଲେ। ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଜରୁରୀ ଥିବା କଥାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତୁରନ୍ତ ଏକ ସ୍ୱାସ୍ଥ୍ୟମେଳା କଣ୍ଡରା କିମ୍ବା କାଚପାଜୁରେ ଆୟୋଜନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶର ୭ଦିନ ମଧ୍ୟରେ ଅନ୍ଧାରୀମୂଲକ ଗାଁରେ ଏକ ସ୍ୱାସ୍ଥ୍ୟମେଳାର ଆୟୋଜନରୁ ଅପହଞ୍ଚ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିବାରେ ଯଥେଷ୍ଟ ସହାୟକ ହୋଇଛି। ଏହାକୁ ପ୍ରତିମାସରେ କରାଗଲେ ଦୁର୍ଗମ ପଂଚାୟତବାସୀଙ୍କୁ ଏଥିରୁ ଯଥେଷ୍ଟ ଉପକୃତ ମିଳିପାରନ୍ତା ବୋଲି ଗାଁ ଲୋକଙ୍କ ପକ୍ଷରୁ ମତପ୍ରକାଶ ପାଉଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories