www.samajalive.in
Monday, December 15, 2025
24.1 C
Bhubaneswar

କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶ

ସମ୍ବଲପୁର: ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ବଲପୁର ଡ଼ିଭିଜନ ପକ୍ଷରୁ ସମ୍ବଲପୁର ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆଜି ସମାବେଶ ମାଧ୍ୟମରେ ରାଜ୍ୟରେ ଥିବା ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧାଇ ଶ୍ରମିକଙ୍କ ପତ୍ର ଖରିଦି ଦର ବୃଦ୍ଧି କରିବା, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ସହ ସିଜନାଲ୍ କର୍ମଚାରୀ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବୃଦ୍ଧି କରିବା ସମେତ ୧୪ ଦଫା ଦାବି ପୂରଣ ଦାବିରେ କେନ୍ଦୁପତ୍ର ସମ୍ବଲପୁର ଡିଭିଜନ ପକ୍ଷରୁ ଦାବି କରାଯାଇଛି। ଏହି ସମାବେଶ ଅବସରରେ ସହରର ଲକ୍ଷ୍ମୀ ଟକିଜ ଛକ ନିକଟରୁ ଶହ ଶହ କେନ୍ଦୁପତ୍ର କର୍ମଚାରୀ ଓ ତୋଲାଳି ମାନେ ମାନେ ଏକ ଶୋଭାଯାତ୍ରା ଜିଲାପାଳଙ୍କ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ କରାଯାଇଛି। ମଙ୍ଗଳବାର ଓଡିଶା ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ନେତୃତ୍ବରେ ସମ୍ବଲପୁର ଡ଼ିଭିଜନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ କେନ୍ଦୁପତ୍ର କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରତିବାଦ କରିଥିଲେ। ଏହି କାର୍ୟ୍ୟକ୍ରମରେ ଓଡିଶା ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ର ରାଜ୍ୟ ଉପସଭାପତି ଗୋକୁଳ ମେହେରଙ୍କ ସମେତ ବହୁ କେନ୍ଦୁପତ୍ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories