Patra electronics

ପଛୁଆ ବର୍ଗ ସର୍ଭେକୁ କୁଲତା ସମାଜର ସ୍ୱାଗତ

ସମୟସୀମା ବୃଦ୍ଧି ଦାବି

ସମ୍ବଲପୁର : ରାଜ୍ୟରେ ଆରମ୍ଭ ହୋଇଥିବା ପଛୁଆ ବର୍ଗ ମାନଙ୍କର ସର୍ଭେ କାର୍ଯ୍ୟକୁ କୁଲତା ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି। ମେ ପହିଲାରୁ ଆରମ୍ଭ ହୋଇଥିବା ଏହି ସର୍ଭେ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୨୭ ଦିନ ଧରି ଚାଲୁଥିବା ଏହି ସର୍ଭେ କାର୍ଯ୍ୟରେ ୧ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ସର୍ଭେ କରାଯିବାକୁ ଥିବା ବେଳେ ୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ କରାଯିବ। ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ହେଉଥିବା ଏହି ସର୍ଭେକୁ ସମ୍ବଲପୁର କୁଲତା ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି । ଏ ନେଇ ସ୍ଥାନୀୟ ଦାନିପାଲି ସ୍ଥିତ ରାମଚଣ୍ଡୀ ସେବା ସଦନ ଠାରେ ସଭାନେତ୍ରୀ ଯଶୋବନ୍ତି ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକକୁ ବରିଷ୍ଠ ସଦସ୍ୟ ଜଟା ଭୂଷଣ ସାହୁ ପରିଚାଳନା କରିଥିଲେ। ସମସ୍ତେ ସର୍ଭେକୁ ସ୍ୱାଗତ କରିଥିବା ବେଳେ ସମାଜର ସମସ୍ତଙ୍କୁ ଏଥିରେ ସାମିଲ କରିବାକୁ ଅନୁରୋଧ କରିଥିଲେ। ଚଳିତ ଗ୍ରୀଷ୍ମ ପ୍ରବାହ, କିଛି ଅଞ୍ଚଳରେ ଚାଷୀ ମାନଙ୍କ ରବି ଫସଲ ଅମଳ ଦୃଷ୍ଟିରୁ ବ୍ୟସ୍ତତାକୁ ଧ୍ୟାନରେ ରଖି ଏହି ସର୍ଭେ ସୀମାକୁ ୧୫ ଦିନ ବୃଦ୍ଧି କରିବା ପାଇଁ ଦାବି କରାଯାଇଥିଲା । ଏହି ବୈଠକରେ ସାଧାରଣ ସମ୍ପାଦକ ଦେବତ୍ତମ ପ୍ରଧାନ, କାର୍ଯ୍ୟକାରୀ ସଭାପତି କୃପାସିନ୍ଧୁ ଖମାରୀ, ଅଭିରାମ ଖମାରୀ, ଚୂଳଧର ପ୍ରଧାନ, ଦେବୀ ପ୍ରସାଦ ଭୋଇ, ଦୟାନିଧି ବିଶ୍ୱାଳ, ଦେବଦତ୍ତ ସାହୁ, କ୍ଷୀରୋଦ ପ୍ରଧାନ, ଅକ୍ଷୟ ପ୍ରଧାନ, ସୁର୍ଯ୍ୟ ପ୍ରଧାନ, ରଞ୍ଜିତ ପ୍ରଧାନ, ଭବାନୀ ଶଙ୍କର ପ୍ରଧାନ, ଦେବ ବାରିକ, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପୋଷଣ କରିଥିଲେ। ଶେଷରେ ଲକ୍ଷ୍ମଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.