ତିନି ଦିନିଆ ମେଟ୍ ତାଲିମ ଶିବିର
ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ସମ୍ୱନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସଭା ଗୃହରେ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ମେଟ୍ ମାନଙ୍କ ତିନି ଦିନିଆ ତାଲିମ୍ ଶିବିର ଆରମ୍ଭ ହୋଇଛି । ଶିବିରର ପ୍ରଥମ ଦିନରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ଏପିଓ ସୁମନ୍ତ ଉଠାଣ ସିଂ, ଏନଆରଏମ ବିଶେଷଜ୍ଞ ରାଜେଶ କୁମାର ପହି, ମନରେଗା ସହାୟକ ଜିତେନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ମେଟ୍ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ ପ୍ରତ୍ୟେକ ଗାଁରେ କରାଯାଉଥିବା କାର୍ଯ୍ୟ ଉପରେ କିଭଳି ଭାବରେ କାମ କରାଯାଇ ପାରିବ ସେ ନେଇ ତାଲିମ୍ ପ୍ରଦାନ କରିଥିଲେ। ଏହି ତାଲିମ ଶିବିର ତିନି ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରଥମ ଦିନରେ ବାଲାନ୍ଦା ପଡା, ଫିରିଙ୍ଗିଆ, ସାଡୀଙ୍ଗିଆ, କାଶିନୀ ପଦର ପଞ୍ଚାୟତର ୧୦୦ରୁ ଅଧିକ ମେଟ ମନେ ଉପସ୍ଥିତ ରହି ତାଲିମ୍ ଗ୍ରହଣ କରିଥିଲେ।
Comments are closed.