www.samajalive.in
Tuesday, December 9, 2025
23.1 C
Bhubaneswar

ଆଠଗଡ ମହୋତ୍ସବର ସମୀକ୍ଷା ବୈଠକ

ଆଠଗଡ :  ଆଠଗଡ ମହୋତ୍ସବ ୨୦୨୨ର ଏକ ସମୀକ୍ଷା ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗତ ଡିସେମ୍ବର ୧୫ରୁ ୨୦ତାରିଖ ପର୍ଯ୍ୟନ୍ତ ଆଠଗଡ ମହୋତ୍ସବ ଆୟୋଜିତ ହୋଇଥିଲା । ମହୋତ୍ସବର କାର୍ଯ୍ୟକ୍ରମ ଏବଂ ଆୟ ବ୍ୟୟର ହିସାବ ସହିତ ଆଗାମୀ ୨୦୨୩ ମହୋତ୍ସବ ପାଇଁ ପ୍ରସ୍ତୁତି ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ମହୋତ୍ସବ ପାଳନ କମିଟିର ଆବାହକ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ସଂପାଦକ ତଥା ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ସହ ସଂପାଦକ ଏନଏସି ଉପାଧ୍ୟକ୍ଷ ବି. ଶୁଭ୍ରଶଙ୍କର ଜ୍ୟୋତି, ମୁଖ୍ୟ ସଂଯୋଜକ ତଥା ତହସିଲଦାର ପ୍ରିୟବ୍ରତ ଦାସ, କୋଷାଧ୍ୟକ୍ଷ ତଥା ଉପକୋଷାଗାର ଅଧିକାରୀ ପ୍ରିୟରଞ୍ଜନ ମହାପାତ୍ର, ସମସ୍ତ କମିଟି ଓ ସବ୍‌‌କମିଟି ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଶାସନ ପକ୍ଷରୁ ଦୀର୍ଘ ୭ବର୍ଷର ବ୍ୟବଧାନରେ ୨୦୨୨ରେ ଆଠଗଡ ମହୋତ୍ସବ  ଆୟୋଜନ କରାଯାଇଥିବାରୁ ଉପସ୍ଥିତ ସମସ୍ତେ ଆଠଗଡ ଉପଜିଲ୍ଲାପାଳ ଓ କମିଟିର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଏବଂ କୃତଜ୍ଞତା ଜଣାଇଥିଲେ। ଖୁବ୍‌‌ ସ୍ୱଳ୍ପ ସମୟ ମଧ୍ୟରେ ମହୋତ୍ସବ ଲାଗି ସ୍ମରଣୀକା ‘ଅଷ୍ଟାୟନ’ ଛପାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ମରଣୀକା କମିଟିର ଅଧ୍ୟକ୍ଷ ତଥା ସମାଜର ସଂପାଦକ ନିରଞ୍ଜନ ରଥଙ୍କୁ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ମହୋତ୍ସବ ପାଳନ ବେଳେ ଯାହାକିଛି ତୃଟି ବିଚ୍ୟୁତି ରହିଥିଲା, ଆଗାମୀ ୨୦୨୩ ମହୋତ୍ସବ ସମୟରେ ସେଗୁଡିକ ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗତ ମହୋତ୍ସବରେ ମୋଟ ୧୦ଲକ୍ଷ ୯୪ହଜାର ଟଙ୍କା ବିଭିନ୍ନ ଉତ୍ସରୁ ଆଦାୟ ହୋଇଥିବାବେଳେ ୧୦ଲକ୍ଷ ୩୪ହଜାର ଟଙ୍କା ଖର୍ଚ୍ଚ ହୋଇଛି ଏବଂ ବାକି ୫୦ହଜାର ଟଙ୍କା ବ୍ୟାଙ୍କରେ ଯୁଗ୍ମ ଜମାଖାତାରେ ଜମା ହୋଇ ରହିଥିବା ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଜଣାଇଥିଲେ। ଏହାଛଡା ଖାଇବା ପିଇବା ଏବଂ ସାଜସଜ୍ଜାରେ ଖର୍ଚ୍ଚ ହୋଇଥିବା ଅର୍ଥ ଏନଏସି ଓ ବ୍ଲକ ଅଧ୍ୟକ୍ଷା ଏବଂ ବିଧାୟକ ନିଜ ପକ୍ଷରୁ ବହନ କରିଥିବା ଆଲୋଚନାରୁ ଜଣାପଡିଥିଲା। ଆଗାମୀ ମହୋତ୍ସବକୁ ଆହୁରି ସରସ ସୁନ୍ଦର କରିବା ଲାଗି ମତପ୍ରକାଶ ପାଇଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଶ୍ରୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories