www.samajalive.in
Saturday, December 13, 2025
18.1 C
Bhubaneswar

ପଥର ଭିତରେ ପ୍ରତିମା..

ବିଶ୍ୱ ବିଖ୍ୟାତ ସ୍ଥପତି ମାଇକେଲ ଆଞ୍ଜେଲୋ ଥରେ କହିଥିଲେ, ‘ ପ୍ରତିଟି ପଥର ଭିତରେ ଗୋଟିଏ ଗୋଟିଏ ପ୍ରତିମା ଲୁଚି ରହିଛନ୍ତି। ଏହାକୁ ଖୋଜି ବାହାର କରିବା ହେଉଛି ସ୍ଥପତିର କାମ।’ ବାସ୍ତବିକ ଏହି ଉକ୍ତିର ଯଥାର୍ଥତା ରହିଛି। କାରଣ ପାଷାଣକୁ ପ୍ରତିମାର ରୂପ ଦେବା କ୍ଷମତା କେବଳ ମାତ୍ର ଶିଳ୍ପୀ ପାଖରେ ହିଁ ସୀମିତ। ଶିଳ୍ପୀର ନିହାଣ ସ୍ପର୍ଶରେ ନିର୍ଜୀବ ପଥର ଖଣ୍ଡଟି ସତେ ଯେମିତି ଜୀବନ୍ୟାସ ପାଏ। କେତେବେଳେ ତାହା କୋଣାର୍କ ଚକ ହୋଇ ସମୟର ଗତି ଦର୍ଶାଏ ତ କେତେବେଳେ ପୁଣି ଅଶୋକ ଚକ୍ର ହୋଇ ଜୀବନର ଗତିକୁ ସୂଚାଏ। ଆଜି ଯଦି ଆମେ ଆମ ପୂର୍ବଜ, ଆମ ଇତିହାସ, ଆମ ଭାଷା, ଆମ ପରମ୍ପରା, ଆମ ସଂସ୍କୃତି ସମ୍ପର୍କରେ ସୂଚନା ପାଇ ପାରୁଛେ, ତାହା କେବଳ ଏହି ସ୍ଥାପତ୍ୟ ଯୋଗୁ ହିଁ ସମ୍ଭବ। ହରପ୍ପା ଓ ମହଞୋଦାରୋ ଖନନ ପରେ ମିଳିଥିବା ଭଗ୍ନାବଶେଷରୁ ହିଁ ଆମେ ୩ ହଜାର ବର୍ଷ ତଳର ସିନ୍ଧୁ ସଭ୍ୟତା ବିଷୟରେ ସୂଚନା ପାଇ ପାରୁଛେ। ଆମ ଭାରତ ବର୍ଷ ଯେ ସଭ୍ୟତାର ଆରମ୍ଭରୁ ବିଶ୍ୱରେ ଅଦ୍ୱିତୀୟ ଥିଲା, ତାହାର ପ୍ରମାଣ ଏହି ସିନ୍ଧୁ ସଭ୍ୟତା ହିଁ ଦେଇ ପାରିଛି। ମିଶର୍‌‌ର ମମି, ଇଜିପ୍ଟର ପିରାମିଡ୍‌‌, ଚୀନ୍‌‌ର ବିଶାଳ ପ୍ରାଚୀର ଇତ୍ୟାଦି ସେହି ସବୁ ଦେଶଗୁଡିକର ଗୌରବମୟ ଇତିହାସର ମୂକସାକ୍ଷୀ ଭାବେ ଆଜି ବି ଦଣ୍ଡାୟମାନ।
କୁହାଯାଏ ଯେଉଁ ଦେଶର ସ୍ଥାପତ୍ୟ ଓ କଳା ଯେତେ ସମୃଦ୍ଧ, ସେ ଦେଶ ଅତୀତରେ ଥିଲା ସେତେ ସମୃଦ୍ଧଶାଳୀ। ସେଥିପାଇଁ ତ ଦାରିଦ୍ର୍ୟ, ଅନାହାର, ଅପପୁଷ୍ଟି, ଅରାଜକତା ଆଦି ଅପଶବ୍ଦର ବ୍ୟବହାର କରାଯାଇ ଭାରତକୁ ଯଥେଷ୍ଟ ନିନ୍ଦିତ କରାଯାଇ ଆସୁଥିଲେ ମଧ୍ୟ ଆଜି ବି ଭାରତକୁ ବିଦେଶୀ ପର୍ଯ୍ୟଟକମାନଙ୍କ ସୂଅ ଛୁଟେ। ଭାରତ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଭ୍ରମଣ ନକ୍ସାର ସର୍ବାଗ୍ରରେ ଥାଏ ତାଜମହଲ, ହାୱାମହଲ, ଗୋଲ ଗମ୍ବୁଜ, ଖଜୁରାହୋ, ଅଜନ୍ତା ଏଲୋରା, କୋଣାର୍କ, ଚାରମିନାର, ଲାଲକିଲ୍ଲା, କୁତବ ମିନାର ଆଦି ସ୍ଥାପତ୍ୟରାଜି। ଏହି ସ୍ଥାପତ୍ୟ ଯେ, ଖାଲି ଆଖିକୁ ସୁନ୍ଦର ସେକଥା ନୁହେଁ, ଏଥିରେ ଭରି ରହିଛି କଳା, ବିଜ୍ଞାନ ଓ ବାଣିଜ୍ୟ ଶାସ୍ତ୍ରର ଗୁଢ ରହସ୍ୟ। ତେଣୁ ଜ୍ଞାନ ପିପାଶୁମାନଙ୍କ ପାଇଁ ଏହା ଜ୍ଞାନର ଭଣ୍ଡାର ଭାବେ ପ୍ରତୀୟମାନ। ସେଥିପାଇଁ ତ ପ୍ରଖ୍ୟାତ ଶିଳ୍ପୀ ପାବ୍ଲୋ ପିକାଶୋ କହିଥିଲେ, ‘ସ୍ଥାପତ୍ୟ ହେଉଛି ଜ୍ଞାନ ଆହରଣର କଳା।’
ଯଦିଓ ବିଜ୍ଞାନର ଅଗ୍ରଗତି ପରି ଆଜିର ମଣିଷ ଛୋଟ ଛୋଟ ବସ୍ତୁଗତ ତଥା କ୍ଷଣସ୍ଥାୟୀ ଆନନ୍ଦର ଉତ୍ସ ପଛରେ ଧାଉଁଥିବାରୁ ଯଥେଷ୍ଟ ପଛରେ ପଡ଼ିଯାଇଛନ୍ତି ସ୍ଥପତି ଆଉ ସ୍ଥାପତ୍ୟ। ଏଥିସତ୍ୱେ ଆଜି ବି ଅନେକ ଶିଳ୍ପୀ ଏହି କଳାକୁ ବଞ୍ଚାଇ ରଖିବାକୁ ଅହରହ ସଂଗ୍ରାମ ରତ। ସ୍ଥାପତ୍ୟ, ସ୍ଥପତି ଓ ସ୍ଥାପତ୍ୟ କଳାକୁ ବଞ୍ଚାଇ ରଖିବା ଏବଂ ସେମାନଙ୍କ ସମର୍ପଣକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଏପ୍ରିଲ ମାସ ଶେଷ ଶନିବାରକୁ ବିଶ୍ୱ ସ୍ଥାପତ୍ୟ ଦିବସ ଭାବେ ପାଳନ କରାଯାଉଛି । ଗତ ୨୦୧୫ ମସିହାରୁ ଆନ୍ତର୍ଜାତୀୟ ସ୍ଥାପତ୍ୟ କେନ୍ଦ୍ର ପକ୍ଷରୁ ଏହି ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଇ ଆସୁଅଛି।

ସୁବ୍ରତ ଦାଶ
କଳମଡ଼ା ଶାସନ, ଆଳି, ମୋ: ୯୪୩୮୦୩୬୭୩୦

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories