www.samajalive.in
Sunday, December 7, 2025
26.1 C
Bhubaneswar

ହତ୍ୟାକାରୀକୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ଅନୁଗୋଳ :  ଅନୁଗୋଳ ସହରର ହୁଲିରିସିଂହା ଘାଷି ସାହି ଅଞ୍ଚଳରେ ଶୁକ୍ରବାର ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀକୁ ଗିରଫ ଦାବୀରେ ଶନିବାର ଘାଷି ସାହିର ଶତାଧିକ ମହିଳା ୫୫ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ମହିଳା ମାନଙ୍କ ସହ ଆଲୋଚନା ଚଳାଇଛି। ଜାତୀୟ ରାଜପଥ ଅବରୋଧ ଫଳରେ ଶହ ଶହ ସଂଖ୍ୟାରେ ଯାନ ବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ଅନୁଗୋଳ ସହର ହୁଲୁରିସିଂହା ଘାଷିସାହି ଅଞ୍ଚଳର ଏକ ପଡିଆରୁ ଶୁକ୍ରବାର ରାତିରେ  ପୁଲିସ ଏକ କ୍ଷତ ବିକ୍ଷତ ଶବ ଉଦ୍ଧାର କରିଥିଲା। କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଥିବାର ସନ୍ଦେହ କରୁଛି। ମୃତ ବ୍ୟକ୍ତି ଜଣକ ସେହି ଘାଷି ସାହି ଅଞ୍ଚଳର ପ୍ରକାଶ ନାଏକ (୪o)। ସେ ଏକ କୁକୁଡ଼ା ଦୋକାନ କରି ଗୁଜୁରାଣ ମେଣ୍ଟାଉ ଥିଲେ। |କେହି ଦୁର୍ବୁତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଥିବାର ପୁଲିସ ସନ୍ଦେହ କରୁଛି ।

- Advertisement -

ହତ୍ୟାକାରୀକୁ ଗିରଫ ଦାବିରେ ଆଜି ଜାତୀୟ ରାଜପଥ ଅବରୋଧ କରାଯାଇଛି।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories