ଶନିବାର ରାଶିଫଳ (୧୫.୦୪.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Apr 15, 2023 Share ମେଷ : ପରିବାରରୂପି ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିବା ଆବଶ୍ୟକ। ବାଣିଜ୍ୟ କାରବାର ଧନ ଅର୍ଜନର ଉତ୍ତମ ପନ୍ଥା ହେବ। ବିଦ୍ୟାବାନ୍ ହେବେ। ଗୁଣଜ୍ଞ ହେବେ। ଚତୁର ଓ ଧାର୍ମିକ ହେବେ। ବୃଷ : ଭୟ, ଦୟା, ଧନ ଲୋଭ, କ୍ଷମତା ଓ କାମନାରେ ପଡ଼ି ମଧ୍ୟ ଆପଣ କେବେ କ୍ଷାତ୍ର ଧର୍ମ ପରିତ୍ୟାଗ କରିପାରିବେ ନାହିଁ। ଈଶ୍ବର ବିଶ୍ବାସୀ ହେବେ। ସମାଜସେବାରେ ନିଜକୁ ଉତ୍ସର୍ଗ କରିବେ। ମିଥୁନ : ସାମାନ୍ୟ ଅସୁସ୍ଥତା ଥାଇ ମଧ୍ୟ କର୍ମଚଞ୍ଚଳ ରହିବେ। ଆଜି ଦିନରେ ସତର୍କତା ସହ ଚଳିବାକୁ ପଡ଼ିବ। ଚେତନାର ଉଳ ପ୍ରଦୀପକୁ ଜାଗ୍ରତ ରଖିବେ। ଜ୍ଞାନୀ, ବନ୍ଧୁବତ୍ସଳ ଓ ପରୋପକାରୀ ହେବେ। କର୍କଟ : ସେବା ଭାବନାରେ ଉଦ୍ବୁଦ୍ଧ ହେବେ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବାଣିଜ୍ୟ କାରବାରରେ ଲକ୍ଷ୍ମୀ ବରଦାୟିକା ହେବେ। ସିଂହ : ଭ୍ରାତୃ ସ୍ନେହ ଓ ମୈତ୍ରୀ ଭାବନା ଆପଣଙ୍କ ହୃଦୟକୁ ଆନ୍ଦୋଳିତ କରିପାରେ। ଶତ୍ରୁତା, ଆପଣଙ୍କ ବ୍ୟକ୍ତିତ୍ବ ନିକଟରେ ହାର୍ ମାନିବ। ବହନ କରୁଥିବା ବିରାଟ ଦାୟିତ୍ବର ସୁପରିଚାଳନା କରିବେ। କନ୍ୟା : ମହତରୁ ମହୀୟାନ୍ ବିବେକ, ବୁଦ୍ଧି ଓ ଦୂରଦୃଷ୍ଟିସମ୍ପନ୍ନ ହୋଇପାରନ୍ତି। ପ୍ରକୃତି ଭିତରେ ଈଶ୍ବରଙ୍କ ସତ୍ତା ଖୋଜି ପାଇପାରନ୍ତି। ପତ୍ନୀଙ୍କ ମନସ୍କାମନା ପୂରଣ କରି ଆତ୍ମସନ୍ତୋଷ ଲାଭ କରିବେ। Related Posts ସମ୍ୱଲପୁର ବିଶ୍ଵବିଦ୍ୟାଳୟରେ ପଦବୀକୁ ହ୍ରାସ… Jan 10, 2025 ରାଜରାଣୀ ଉତ୍ସବରେ କଣ୍ଠଶିଳ୍ପୀ ସଂଗୀତା ପଣ୍ଡା… Jan 10, 2025 ତୁଳା : ଭକ୍ତ ହୋଇଥିଲେ ଭକ୍ତିର ଶକ୍ତିଙ୍କୁ ଆବାହନ କରିବାକୁ ପଡ଼ିବ। ଆହ୍ବାନଗୁଡ଼ିକୁ ଉତ୍କର୍ଷର ସୋପାନ କରିପାରନ୍ତି। ପରିଶ୍ରମ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଜ୍ଞାନୀ ଓ ଯଶସ୍ବୀ ହେବେ। ବିଛା : ସୀମାହୀନର ସୀମା ଓ ଅସ୍ତିତ୍ବହୀନର ସ୍ଥିତି କେବେ କଳନା କରାଯାଇ ପାରିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ଓ ନିଷ୍ଠା ଆପଣଙ୍କୁ ମହାନ୍ କରିପାରେ। ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ସକ୍ଷମ ହେବେ। ଧନୁ : ଆଶା ନ ରଖି ଯେଉଁ ଦାନ କରାଯାଏ, ତାହା ପ୍ରକୃତ ସ୍ବାତ୍ତିକ ଦାନ। ଆହାର ପୋଷକ ଓ ସନ୍ତୁଳିତ ହେବା ଉଚିତ। ମନର ଆବେଗକୁ ସମର୍ପି ଦେଇପାରିଲେ ବୈପ୍ଳବିକ ବିବର୍ତ୍ତନ ଦେଖାଦେଇ ପାରେ। ମକର : ବିନାଶକାରୀ ଅହଂଭାବକୁ ବିସର୍ଜନ କରି ପରୋପକାରାୟ, ସ୍ବର୍ଗାୟ ନୀତିକୁ ଗ୍ରହଣ କରି ଆଚରଣ ଶୁଦ୍ଧି କରନ୍ତୁ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଧର୍ମ କାର୍ଯ୍ୟରେ କରି ମହାନତାର ନିଦର୍ଶନ ହେବେ। କୁମ୍ଭ : ସ୍ବୟଂସିଦ୍ଧ ହୋଇପାରନ୍ତି। ଜ୍ଞାନର ଅବତରଣ କରାଇପାରିଲେ ଶାଶ୍ବତ ଶାନ୍ତିର ସ୍ପର୍ଶ ପାଇବେ। ଦମ୍ଭ, ଗର୍ବ, ଅଭିମାନ, କ୍ରୋଧ, କଠୋରତା, ଜ୍ଞାନହୀନତା ଭଳି ଆସୁରାସମ୍ପଦଠାରୁ ଦୂରେଇ ରହିବେ। ମୀନ : ଶ୍ରଦ୍ଧା, ପ୍ରେମ ଓ ଶାନ୍ତି ସହିତ ନୋଟ୍ର ଉପଲବ୍ଧି ହେଉଛି। ସବୁଠାରୁ ଶ୍ରେଷ୍ଠ ସୁଖ; ଯାହା ଆପଣ ଭୋଗ କରୁଛନ୍ତି। ଧାର୍ମିକ ଚିନ୍ତନରେ ସାମାଜିକ ଏକତା ସମ୍ଭବ ହେବ। ବ୍ୟବସାୟ ଲାଭଦାୟକ ହେବ। Share FacebookTwitterWhatsApp
Comments are closed.