ସମ୍ବଲପୁରରେ ଲାଗୁ ହେଲା କର୍ଫ୍ୟୁ

ସମ୍ବଲପୁର : ସମ୍ବଲପୁରରେ କର୍ଫ୍ୟୁ ଲାଗୁ ହୋଇଛି । ଶୁକ୍ରବାର ରାତି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଲୋକଙ୍କୁ ଘରୁ ବହାରିବା ଉପରେ କଟକଣା ଜାରି କରାଯାଇଛି।

prayash

ଅନ୍ୟପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୮ଟାରୁ ୧୦ ଏବଂ ଅପରାହ୍ନ ୩.୩୦ରୁ ୫.୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ ବୋଲି ସୂଚନା ଦିଆଯାଇଛି । କିଛି ଜରୁରୀକାଳୀନ ଆବଶ୍ୟକତା ପାଇଁ ଏକ ଟେଲିଫୋନ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଉଛି- ୭୬୫୫୮୦୦୭୬୦।

ତେବେ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ପଥର ମାଡ଼ରୁ ସମ୍ବଲପୁରରେ ଆରମ୍ଭ ହୋଇଥିବା ହିଂସା ଓ ଉତ୍ତେଜନା ଶୁକ୍ରବାର ମଧ୍ୟ ଲାଗି ରହିଥିଲା । ୪୫ ପ୍ଲାଟୁନ୍‌ ପୁଲିସ ବଳ ମୁତୟନ ଓ ୧୪୪ ଧାରା ଜାରି ସତ୍ତ୍ବେ ଗଣ୍ଡଗୋଳ ବନ୍ଦ ହୋଇନାହିଁ । ପୁଲିସ ପରସ୍ଥିତି ନିୟନ୍ତ୍ରଣ କରିବା​ରେ‌ ବିଫଳ ହୋଇଛି । ଏକାଧିକ ସ୍ଥାନରେ ଭଙ୍ଗାରୁଜା ସହିତ ପୋଡ଼ାଜଳା ଘଟିଛି । ଶେଷରେ ଶୁକ୍ରବାର ରାତି ୧୨ଟାରୁ ସମ୍ବଲପୁରରେ କର୍ଫ୍ୟୁ ଲାଗୁ ହୋଇଛି ।

Comments are closed.