ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ୪୩ ଡ଼ିଗ୍ରୀ ସହ ଝାରସୁଗୁଡା ଉତପ୍ତ ସହର

ଡେସ୍କ :  ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର କିଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି ।ଝାରସୁଗୁଡା ଆଜି ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବୁଧବାର ରାଜ୍ୟର ୧୪ ସହରରେ ତାପମାତ୍ରା  ୪୦ ଡ଼ିଗ୍ରୀ ଉପରେ ରହିଛି । ରାଜ୍ୟରେ ଆଉ ୩ ଦିନ ପାଇଁ କିଛି ଜିଲାରେ ପ୍ରଚଣ୍ଡ ତାଳୁଫଟା ଖରା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

prayash

ଅନ୍ୟପକ୍ଷରେ ଆସନ୍ତା ୧୬ତାରିଖରେ ରାଜ୍ୟରେ ବ​‌ର୍ଷା ହେବାର​ ସମ୍ଭାବନା ରହିଛି । ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ଯୋଗୁଁ ଉତ୍ତର ଉପକୂଳ ସମେତ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି।

Comments are closed.