www.samajalive.in
Monday, December 15, 2025
24.1 C
Bhubaneswar

ସରକାରୀ ମହିଳା ମହାବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

କେନ୍ଦୁଝରଗଡ଼: ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରରେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ପ୍ରଭାକର ନାୟକ ଏହି ଉତ୍ସବକୁ ଉଦ୍‌‌ଘାଟନ କରିଥିବା ବେଳେ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ବନବିହାରୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ସୁନାଗରିକ ହେବାପାଇଁ ପରାମର୍ଶ ଦେବା ସହ କର୍ତ୍ତବ୍ୟ ହିଁ ମନୁଷ୍ୟକୁ ଯଶସ୍ୱୀ କରିଥାଏ ବୋଲି ବକ୍ତବ୍ୟଛଳରେ ଏହା କହିଥିଲେ। ଯେକøଣସି ପ୍ରତିକୂଳ ପରିସ୍ଥିତିକୁ ଧୌର୍ଯ୍ୟର ସହ ସାମ୍ନା କରିବା ଏବଂ ପରିବେଶ ସୁରକ୍ଷା ପାଇଁ ଅନ୍ତତଃପକ୍ଷେ ଗୋଟିଏ ଚାରାରୋପଣ କରି ଏହା ଲାଳନପାଳନ କରିବାକୁ ଡ. ମିଶ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇ ଏହା କହିଛନ୍ତି। ପ୍ରାଧ୍ୟାପକ ଡ.ଧର୍ମବୀର ସିଂହ ସ୍ୱାଗତଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଡ.ସୁଷମା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଯୁକ୍ତ ୨ ଏକାଡେମିକବର୍ଗର ଡ. ସୂର୍ଯ୍ୟକାନ୍ତ ନାଏକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଯୁକ୍ତ ୨ ଲିଟେରାରୀ ଚମ୍ପିଆନ ଭାବେ ୨ୟବର୍ଷ କଳା ଛାତ୍ରୀ ମଧୁସ୍ମୀତା ଦାସ ଓ ଯୁକ୍ତ ୩ ଲିଟେରାରୀ ଚମ୍ପିଆନ ଭାବେ ତୃତୀୟବର୍ଷ କଳା ଛାତ୍ରୀ ଖୁସୁବୁ ଖାତୁନଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଇôଲା। ଏତଦ୍‌‌ବ୍ୟତୀତ ବିଭିନ୍ନବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇ ଉତ୍ସବ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories