ମେଷ: ଆଜିର ଚଲାପଥ କୁସୁମିତ ହେବ। ସେବାର ଧର୍ମ ଯଦି ମର୍ମରେ ଅନୁଭୂତ ହୁଏ; ତେବେ ରକ୍ତ ତାଜା ହୋଇ ଉତ୍ସାହ ବୃଦ୍ଧିପାଇବ। ଅହଂଭାବର ବିନାଶ ହେବ। ସପତ୍ନୀକ ମାନବ ସେବାରେ ନିୟୋଜିତ ହେବେ।
ବୃଷ: ବୀରତ୍ବର ପରିପ୍ରକାଶ ଘଟାଇ ପାରନ୍ତି। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ବହୁ ଅସମାହିତ ଭ୍ରାତୃ ସମସ୍ୟାର ସମାହିତ କରିପାରନ୍ତି। ବ୍ୟୟ ସୀମିତ ହେବ। ସେବା ମୂଲ୍ୟଯୁକ୍ତ ହେଲେ ବି ପ୍ରଶଂସା ମିଳିବ।
ମିଥୁନ: ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ଘଟାଇ ପାରନ୍ତି। ଜଣେ ତେଜସ୍ବୀ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ବାଣିଜ୍ୟ କାରବାର ଉତ୍ତମ ମାନର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ: ଅଳଙ୍କାରର ରୂପ ଦେବା ପାଇଁ ସୁନାକୁ ଯେପରି ଅସହ୍ୟ ତାତି ଓ ଉତ୍ତାପ ସହିବାକୁ ପଡ଼େ ସେହିପରି ଚାଷୀଙ୍କୁ ଦିର୍ଗଦର୍ଶନ ଦେବା ପାଇଁ ଆପଣଙ୍କୁ ମାଟିର ମଣିଷ ହେବାକୁ ପଡ଼ିବ। ଆଦର୍ଶବାଦୀ ହେବେ।
ସିଂହ: ସର୍ବଧର୍ମ ପ୍ରାର୍ଥନା ଉଦ୍ଧୃତିକୁ ଆପଣେଇ ନେଇଥିବାରୁ ବସୁଧୈବ କୁଟୁମ୍ବର ପରିଚାୟକ ହେବେ। ଈଶ୍ବରୀୟ ଉପାସନାରେ ଅମୋଘ ଶକ୍ତିସମ୍ପନ୍ନ ହୋଇପାରନ୍ତି। ସରକାରୀ ଅନୁଦାନ ଲାଭ କରିପାରନ୍ତି।
କନ୍ୟା: ନିଃସ୍ବାର୍ଥପର ସେବା ପରିବର୍ତ୍ତେ ବୃତ୍ତିଧାରୀ ସେବା ଧନଲାଭର କାରକ ହେବ। ସହନଶୀଳ ମନୋଭାବ ଓ ଶାନ୍ତିପ୍ରିୟ ସ୍ବଭାବ ଆପଣଙ୍କୁ ମହାନ୍ କରି ଗଢ଼ିତୋଳିବ। ଜଣେ ବିଦ୍ୟାପ୍ରେମୀ ଭାବେ ପରିଚିତ ହେବେ।
ତୁଳା: ବହୁଜନ ହିତାୟ-ବହୁଜନ ସୁଖାୟ ମହତ୍ ବାଣୀକୁ ପାଥେୟ କରି ଆଜି ଜନ୍ମବାସରେ ଦରିଦ୍ରସେବାରେ ନିଜକୁ ନିୟୋଜିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ।
ବିଛା: ଏକାନ୍ତରେ ମୌନ ରହି ତପ ସାଧନାରେ ନିଜକୁ ଉତ୍ସର୍ଗ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଭାଷା ମଧୁର ହେଲେ ବି ତାହା ବହୁ ଗୁରୁତ୍ବପୂର୍ଣ୍ଣ ହୋଇପାରେ। ଧାର୍ମିକ ଓ ଦୟାଳୁ ସ୍ବଭାବର ହେବେ। ଜ୍ଞାନୀ ହେବେ।
ଧନୁ: ଆୟୁଷ୍ମାନ୍ ହେବେ। ସଦାଚାରୀ ହେବେ। ବ୍ୟବହାର ପ୍ରେମପୂର୍ଣ୍ଣ ହୋଇପାରେ। ନିଜ ଭିତରେ ଥିବା ସୂର୍ଯ୍ୟକୁ ଉଦୟାଚଳ ପର୍ବତ ନିକଟକୁ ନେଇଆସନ୍ତୁ; ଦେଖିବେ ତାହା ଫଳପ୍ରସୂ ହେବ।
ମକର: ଜ୍ଞାନର ପ୍ରଦୀପ ଆପଣଙ୍କୁ ଆଲୋକ ଦାନ କରୁଛି; ମାତ୍ର ଅଧିକ ତୈଳର ଆବଶ୍ୟକତା ରହିଛି। ଦୟାଧର୍ମକୁ ଆଦରି ନେଇପାରନ୍ତି। ଆୟୁଷ୍ମାନ୍ ହେବେ। ମନରେ ପ୍ରସନ୍ନତା ଆସିବ। ଅର୍ଥାଗମ ହେବ।
କୁମ୍ଭ: ବିଲୁପ୍ତ ଭାଷା, ସାହିତ୍ୟକୁ ଉଦ୍ଧାର କରି ଚଳନ୍ତା ବିଶ୍ବକୋଷ ଭାବେ ନିଜକୁ ପ୍ରତିପାଦିତ କରିପାରନ୍ତି। ଦିନଟି ସମୃଦ୍ଧିପୂର୍ଣ୍ଣ ହେବ। ପ୍ରାଜ୍ଞ ଓ ଧୀମାନ୍ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଈଶ୍ବରୀୟ ପ୍ରାପ୍ତି ହୋଇପାରନ୍ତି।
ମୀନ: ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ଜୀବନରେ କଷ୍ଟ ସହି ଈଶ୍ବରାଭିମୁଖୀ ହେବେ। ଆଶାକୁ ଜୀବନର ଆଧାର କରିପାରନ୍ତି; ମାତ୍ର ତାହା ନିରାଶାରେ ପରିଣତ ହୋଇପାରେ।
ଶୁକ୍ରବାର ରାଶିଫଳ ୦୭.୦୪.୨୦୨୩
Popular Categories



