୩ ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭର ମହାସଂଘର ଦାବି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିଆଯାଇଛି ନିଷ୍ପତ୍ତି
ଭୁବନେଶ୍ବର: ଡ୍ରାଇଭର ଏକତା ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ମହାସଂଘ ଆବାହକଙ୍କୁ ଚିଠି ଲେଖାଯାଇଛି। ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆଲୋଚନା ପରେ ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡ଼ିକୁ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଆଲୋଚନା ଜରିଆରେ ଡ୍ରାଇଭର ଏକତା ମଞ୍ଚର ସମସ୍ୟା ସମାଧାନ କରାଯିବ ଏବଂ ସେମାନଙ୍କ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ। ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ସମାଧାନ ପାଇଁ ନିଷ୍ପତ୍ତି। ଡ୍ରାଇଭର ଏକତା ମହାସଂଘର ଖୋର୍ଦ୍ଧା ଶାଖା ପକ୍ଷରୁ ମୁଖ୍ୟ ଶାସନ ଲେଖିଥିବା ଚିଠି ସମ୍ମାନର ସହ ଗ୍ରହଣ କରିଛି। ଡ୍ରାଇଭରଙ୍କ ସମସ୍ୟା ସମାଧାନ ୩ ମାସ ମଧ୍ୟରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ରାଜ୍ୟ ସରକାରଙ୍କୁ ମହାସଂଘ ଧନ୍ୟବାଦ ଦେଇଛି। ଡ୍ରାଇଭରମାନଙ୍କ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀ ସଠିକ ସମୟରେ ପଦକ୍ଷେପ ନେବେ ବୋଲି ମହାସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି।
ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଓଡ଼ିଶା ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ସହ ହୋଇଥିବା ଆଲୋଚନା ସଫଳ ହୋଇଛି। ଆଜିର ଆଲୋଚନା ଅନୁସାରେ ଡ୍ରାଇଭରମାନଙ୍କ ୧୦ଦଫା ଦାବି ୩ ମାସ ମଧ୍ୟରେ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟଶାସନ ସଚିବ କହିଛନ୍ତି।
Comments are closed.