ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ଆଶଙ୍କା: ପୁଲିସର ଛାନଭିନ ଜାରି, ପ୍ରଶାସନିକ ତଦନ୍ତ ଆରମ୍ଭ
ନର୍ଲା:ବର୍ତ୍ତମାନ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୧୦ମ ଶ୍ରେଣୀ ତଥା ମାଟ୍ରିକ ବୋର୍ଡ ପରୀକ୍ଷା ଚାଲିଛି। ଏହି କ୍ରମରେ ନର୍ଲା ବ୍ଲକ ଭାନପୁରସ୍ଥ ଗଙ୍ଗାଦେବୀ ବାବୁରାୟ ଉଚ୍ଚ ବିଦ୍ୟାପୀଠରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ପ୍ରଶାସନ ପ୍ରଶ୍ନପତ୍ର ପ୍ରଘଟ ଆଶଙ୍କାର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲା।
କଳାହାଣ୍ଡି ଜିଲା ଆରକ୍ଷୀ ଅଧିକ୍ଷକ ସମେତ ଶିକ୍ଷା ବିଭାଗର ଜିଲା ଅଧିକାରୀ ଉକ୍ତ କେନ୍ଦ୍ରକୁ ଯାଇ ତନାଘନା ଯାଞ୍ଚ କରିଥିବା ବୋଲି ଜଣାପଡ଼ିଛି। ବିଦ୍ୟାଳୟ ଭିତରକୁ କାହାକୁ ଛାଡୁନଥିବା ବେଳେ ତଦନ୍ତ ଜାରି ରହିଛି। ଏହି ଯାଞ୍ଚରେ କେସିଙ୍ଗା ଆଇଆଇସି ସତ୍ୟ ନନ୍ଦ, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ପଲମ ଏଏସଆଇ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ତେବେ ତଦନ୍ତର ପ୍ରକୃତ କାରଣ ବିଦ୍ୟାଳୟ ପ୍ରଶାସନ କିମ୍ବା କୌଣସି ପୁଲିସ ଅଧିକାରୀ ସୂଚନା ଦେଇନାହାନ୍ତି।
Comments are closed.