ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିରରେ ୧୯ଟି ଅଭିଯୋଗର ଶୁଣାଣି

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ କାର୍ଯାଳୟ ପରିସରରେ ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଅନନ୍ୟା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ୩ଟି ସାମୁହିକ ସମସ୍ୟା ଭିତ୍ତିକ ଅଭିଯୋଗ ଏବଂ ୧୬ଟି ବ୍ୟକ୍ତିଗତ ସମସ୍ୟା ଉପରେ ଅଧାରିତ ଅଭିଯୋଗର ସମଧାନ କରାଯାଇଥିଲା। ରେଙ୍ଗାଲି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ଦୂରଦୂରାନ୍ତ ଅଞ୍ଚଳର ଛାତ୍ର/ଛାତ୍ରୀ ମାନଙ୍କ ଯାତାୟାତ ପାଇଁ ସ୍କୁଲ ବସ୍ ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଥିଲା। ଏଦିଗରେ ଶୀଘ୍ର ବ୍ୟବସ୍ଥା କରାଯିବା ବୋଲି ଜିଲାପାଳ ପ୍ରତିଶ୍ରୃତି ଦେଇଥିଲେ।

prayash

ରେଙ୍ଗାଲି ଜୋନ୍ (୨) ଜିଲ୍ଲା ପରିଷଦ ସଭ୍ୟ ଦେନାରାୟଣ ତିଓାରୀ ଅଗଷ୍ଟ ୨୩ ତାରିଖ ଦିନ ଜିଲାପାଳଙ୍କକ ସାକ୍ଷାତ କରି ଜିଲ୍ଲା ପରିଷଦ ଜୋନ୍-୨ ଅଞ୍ଚଳ ରୁ ଆଦର୍ଶ ବିଦ୍ୟାଳୟ କୁ ଅଧ୍ୟୟନ ପାଇଁ ଆସୁଥିବା ଛାତ୍ର/ଛାତ୍ରୀ ମାନଙ୍କ ପାଇଁ ଶିଳ୍ପାନୁଷ୍ଟାନ ପକ୍ଷରୁ ସ୍କୁଲ ବସ୍ ଯୋଗାଇ ଦେବାକୁ ଜିଲାପାଳଙ୍କୁ ସାକ୍ଷାତ କରି ଦାବି କରିଥିଲେ। ଜଙ୍ଗଲା ପଞ୍ଚାୟତର ବିଞ୍ଜିପାଲି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତା ଜବର ଦଖଲ ହୋଇଥିବାରୁ ଏହାର ଉଚ୍ଛେଦ ପାଇଁ ଗ୍ରାମବାସୀ ଦାବି କରିଥିଲେ। ଏଦିଗରେ ଅବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜବରଦଖଲ ଉଚ୍ଛେଦ କରିବାକୁ ଜିଲାପାଳ ରେଙ୍ଗାଲି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହାବ୍ୟତୀତ ଶିବିରକୁ ଆସିଥିବା ଆବାସ ଯୋଜନାରେ ଘର ଯୋଗଇ ଦେବା, ବାର୍ଦ୍ଧକ୍ୟ ଭତ୍ତା, ଜମିବାଡି ବିବାଦ, ଜାତି ପ୍ରମାଣପତ୍ର ଆଦି ବ୍ୟକ୍ତିଗତ ଅଭିଯୋଗର ଶୁଣାଣି କରାଯାଇଥିଲା।

ଏହି ଶିବିରରେ ଜିଲା ଆରକ୍ଷୀ ଅଧିକ୍ଷକ ବାଟୁଲା ଗଙ୍ଗାଧର, ଉପ-ଜିଲାପାଳ ପ୍ରଭାସ ଡନସନା, ପିଡିଡିଆରଡିଏ ଦିଲ୍ଲିପ କୁମାର ବଳ, ସିଡିଏମଓ ଡା.ପୂର୍ଣ୍ଣଚନ୍ଦ୍ର ସାହୁ, ବିଡିଓ କୃଷ୍ଣଚନ୍ଦ୍ର ଦଳପତି, ତହସିଲଦାର ବେର୍ସିଆସ୍ ଡୁଙ୍ଗଡୁଙ୍ଗ, ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଆଶିଷ ମାଝି ପ୍ରମୁଖ ଜିଲା ଏବଂ ବ୍ଳକ ସ୍ତ ରେ ଥିବା ବିଭିନ୍ନ ବିଭି୍ନ ବିଭାଗ ର ଅଧିକାରୀ ଯୋଗ ଦେଇଥିଲେ।

kalyan agarbati

Comments are closed.