www.samajalive.in
Monday, December 15, 2025
24.1 C
Bhubaneswar

ନାରୀ ସଶକ୍ତିକରଣରେ ହିଁ ସମାଜର ବିକାଶ ସମ୍ଭବ

ଜି.ଉଦୟଗିରି: କଳିଙ୍ଗ ବୈଶ୍ୟ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ସଭାନେତ୍ରୀ ପି.ଲକ୍ଷ୍ମୀ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଥାନାଧିକାରୀ ଅଜୟ କୁମାର ସ୍ୱାଇଁ, ବୈଶ୍ୟ କୁଳ ସଭାପତି ପି. ସଂଜୀବ କୁମାର ପାତ୍ର ଯୋଗଦେଇ ମହିଳାମାନେ ମାନସିକ ସ୍ତରରେ ସବଳ ହୋଇ ସ୍ୱାବଲମ୍ବୀ ହେବା ସହିତ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନାର ସୁଯୋଗ ନେବା ଉଚିତ। ନିଜକୁ ଦୁର୍ବଳ ମନେ ନକରି ସାମାଜିକ, ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ପୁରୁଷମାନଙ୍କ ସହିତ ନିଜକୁ ସମକକ୍ଷ କରିବା ପାଇଁ ପ୍ରୟାସ କରିବା ଯଥାର୍ଥ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସଂଘର ସଂପାଦିକା ସି.ଏଚ୍. ସ୍ୱାଗତିକା ପାତ୍ର ଓ କୋଷାଧ୍ୟକ୍ଷା ବି.ଝିଲ୍ଲି ପାତ୍ର ମଞ୍ଚାସୀନ ଥିବା ବେଳେ ଅଶୋକ କୁମାର ପାତ୍ର କାର୍ୟ୍ୟକ୍ରମର ସଂଯୋଜନା କରିଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories