www.samajalive.in
Sunday, December 14, 2025
26.1 C
Bhubaneswar

ମାନସିକ ଅନଗ୍ରସର ପିଲାଙ୍କ ଗହଣରେ ହୋଲି ଖେଳିଲେ ଗଜପତି ଜିଲ୍ଲାପାଳ

ଚାନ୍ଦିପୁଟ: ଗଜପତି ଜିଲ୍ଲାର ଏକମାତ୍ର ଦୃଷ୍ଟିହୀନ ମୁକ ବଧିର ଦିବ୍ୟାଙ୍ଗ ପିଲାଙ୍କ ଲାଗି ପ୍ରତିଷ୍ଠିତ ସ୍ବତନ୍ତ୍ର ବିଦ୍ୟାଳୟ ମୋହନା ବ୍ଳକ କଣ୍ଟେଇ କୋଳି ଠାରେ ବହୁ ଆଡମ୍ବର ସହକାରେ ହୋଲି ପର୍ବ ଅନୁଷ୍ଠିତ ‌ହୋଇଯାଇଛି। ମଙ୍ଗଳବାର ଆୟୋଜିତ କାର୍ୟ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ନିଜେ ପିଲାଙ୍କ ସହ ଫଗୁ ରଙ୍ଗ ଲଗେଇ ହୋଲି ଖେଳିଛନ୍ତି। ତିଦ୍ଦତିୟ ଶରଣାର୍ଥୀ ଓସି ସାନ୍ପେନ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପିଲାଙ୍କ ବ୍ୟବହାର ଲାଗି ଷ୍ଟିଲ ଥାଳି, ଅତ୍ୟାଧୁନିକ ଷ୍ଟାଣ୍ଡିଙ୍ଗ ପାଣି ଫିଲଟର, ଦୁଧିଆଳୀ ଶଙ୍କର ଜାତୀୟ ଗାଇ ବାଛୁରୀ, ଶୁଖିଲା ଖାଦ୍ୟ ସହ କଂସା ବାସନ ଓ ଆସବାସ ପତ୍ର ଯୋଗାଇ ଦିଆଯାଇଛି। ଜିଲ୍ଲାପାଳଙ୍କ ସହ ଫଗୁ ଖେଳିଥିବା ହେତୁ ଦିବ୍ୟାଙ୍ଗ ପିଲାମାନେ ବେଶ ଖୁସି ଥିବା ଦେଖିବାକୁ ମିଳିଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମିତ ସର୍ବପୁରାତନ ଏହି ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ହୋଲି ପର୍ବ ପାଳନ ଉତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ସମ୍ମାନିତ ଅତିଥି ତିଦ୍ଦତିୟ ଶରଣାର୍ଥୀ କ୍ୟାମ୍ପ ସର୍ବୋଚ୍ଚ ଅଧିକାରୀ ଗୁରୁଜୀ ଖେମ୍ପୋ ପେମା, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଓସି ସାନ୍ପେନ୍ ତିଦ୍ଦତିୟ ସଂସ୍ଥାର ସଭାପତି ପେମା ଗେଲପୋ, ଉପସଭାପତି ୱାଂଚେନ୍ ଯୋଗଦେଇ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରିବା ସହ ଦିଆଯାଇଥିବା ଆସବାସ ପତ୍ର ଓ ଦୁଧିଆଳୀ ଗାଇ ବାଛୁରୀଙ୍କୁ ଅନୁଷ୍ଠାନ ପ୍ରତି ସମର୍ପଣ କରିଥିଲେ। ଏହି ସହ ଜିଲ୍ଲାପାଳ, ସ୍ଥାନୀୟ ସରପଞ୍ଚ ଅନୁଷ୍ଠାନର ପିଲାମାନଙ୍କ ଦ୍ବାରା ଦୁଇଟି କେକ୍ କାଟି ମିଠେଇ ଖୁଆଇଥିଲେ। କାର୍ୟ୍ୟକ୍ରମରେ ଶିକ୍ଷାବିତ ମଧୁସୁଦନ ପାଢୀ, ପ୍ରଶାନ୍ତ ବିରୋ, ସ୍ବତନ୍ତ୍ର ଉନ୍ନୟନ ସଦସ୍ୟ ରାଜିବ ମଲିକଙ୍କ ସମେତ ଅନୁଷ୍ଠାନର ବହୁ କର୍ମକର୍ତ୍ତାମାନେ ଯୋଗଦେଇ ସହଯୋଗ କରିଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories