ଘର୍ କେ ତରଭୁଜ ଟେ ନେଇକରି ଜିମା 

ଲଡୁଗାଁ: ଖରାଦିନେ  ତରଭୁଜର ସ୍ୱାଦ ନିଆରା। ଡହ ଡହ ଖରାରେ ରାସ୍ତା ପାର୍ଶ୍ଵରେ ତରଭୁଜ ଦେଖିଲେ ସ୍ଵତଃପ୍ରବୃତ୍ତ ଭାବେ ପାଦ ଚାଲିଯାଏ ତରଭୁଜ ପାଖକୁ।  ତରଭୁଜ ଖାଇବାକୁ କିଏ ବା ଭଲ ନ ପାଏ । ଏବେ ପାରଦ ଆସ୍ତେ ଆସ୍ତେ ବଢି ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ଅ଼ଞ୍ଚଳରେ ତରଭୁଜର ଚାହିଦା ମଧ୍ୟ ସେଇ ଆନୁପାତରେ ବଢିବାରେ ଲାଗିଛି । ଆଉ ଖରା ଦିନ ଆରମ୍ଭରୁ କୋକସରା ବଜାରରେ ତରଭୁଜ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଛି । କୋକସରା ଜାତୀୟ ରାଜପଥ କଡରେ ମେଳି ହୋଇଛି ତରଭୁଜର ପସରା । ଆଉ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷାପାଇବା ପାଇଁ ରାସ୍ତାକଡରେ ଅଟକି ତରଭୁଜର ମଜା ନେଉଛନ୍ତି ବାଟୋଇ। ତେବେ ଚଳିତ ବର୍ଷ ତରଭୁଜ ଦର କିଛିଟା ଅଧିକ ରହିଛି, କିନ୍ତୁ ଚାହିଦା ସେତେଟା କମି ନାହିଁ ।

Comments are closed.