ଲୁଣିବାହାଲ ହଷ୍ଟେଲ ନିର୍ମାଣ କାର୍ଯ୍ୟ ବିଳମ୍ବ, ଏଇଇ ଓ କନିଷ୍ଠ ଯନ୍ତ୍ରୀଙ୍କ ଦରମା ବନ୍ଦ

ବୌଦ୍ଧ ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ

ହରଭଙ୍ଗା : ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ଶୁକ୍ରବାର ହରଭଙ୍ଗା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ସେ ବ୍ଲକର ପୁରୁଣା କଟକଠାରେ ନିର୍ମାଣଧିନ ଥିବା ବସଷ୍ଟାଣ୍ଡ ଏବଂ ଭେଣ୍ଡିଂ ଜୋନ୍ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ। ସେଠାରେ ଏକ ଅଟୋଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାପରେ ଲୁଣିବାହାଲଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ନିର୍ମାଣଧିନଥିବା ବାବୁ ଜଗଜୀବନ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ବିଳମ୍ବକୁ ନେଇ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଞନ ପାତ୍ର ଓ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚରାଉଚରା କରିଥିଲେ। ଯନ୍ତ୍ରୀଙ୍କଠାରୁ କୌଣସି ସନ୍ତୋଷ ଜନକ ଉତର ନ ମିଳିବାରୁ ସେମାନଙ୍କ ଦରମା ବନ୍ଦ ପାଇଁ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଥିବା ଜଣାପଡିଛି। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ କର୍ମଚାରୀ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି।

prayash

ସୂଚନା ଥାଉ କି ଗତ ୧୫ ସେପ୍ଟେମ୍ବରରେ ଜିଲ୍ଲାପାଳ ପ୍ରଥମଥର ପାଇଁ ଲୁଣିବାହାଲ ଛାତ୍ରାବାସ ନିର୍ମାଣକାର୍ଯ୍ୟ ପରିଦର୍ଶନ ପାଇଁ ଆସିଥିଲେ। ପରେ ନଭେମ୍ବର ମାସରେ ଦ୍ୱିତୀୟଥର ଏହାର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ଅତିଶୀଘ୍ର କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଥିଲେ।ଛଅମାସ ପରେ ମଧ୍ୟ ନିର୍ମାଣକାର୍ଯ୍ୟ ଅଗ୍ରଗତି ସନ୍ତୋଷଜନକ ନଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି। ଆଜି ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବୌଦ୍ଧ ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.