ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୧ ବଖରା ଘର
ନରସିଂହପୁର : ନରସିଂହପୁର ତହସିଲ ଅର୍ନ୍ତଗତ ବାଲିସାହି ପଞ୍ଚାୟତ କେନ୍ଦୁମୂଳ(କଅଁରପୁର) ଗ୍ରାମର ଦଳିତରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ଟି ପରିବାରଙ୍କର ଏଗାର ବଖରା ଘର ପୋଡି ପାଉଶଁ ହୋଇ ସର୍ବସାନ୍ତ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ବୁଧବାର ସକାଳୁ ନିଜ ନିଜ କାମରେ ସମସ୍ତ ପରିବାର ଲୋକେ ଯାଇଥିଲେ। ହଠାତ୍ ବିଦ୍ୟୁତ ସର୍ଟସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ ନିଆଁର ଗତି ବଢିବାରେ ଲାଗିଥିଲା। ଏଥିରେ ନଳିନୀ ନାୟକ, ଶ୍ରୀଧର ନାୟକ, ଗିରିଧାରି ନାୟକ, ଗିରିଶ ନାୟକ, ବ୍ରଜ ନାୟକ, ନରେନ୍ଦ୍ର ନାୟକ, ଗୋବିନ୍ଦ ନାୟକ, ମାୟା ନାୟକ, ଶ୍ରୀଧର ନାୟକ(କ) ନଳିତା ନାୟକ ଓ ଶିଖର ନାୟକଙ୍କର ଗୋଟିଏ ଲେଖାଏଁ ବଖରା ଭାବେ ଏଗାର ବଖରା ଘର ପୋଡି ପାଉଶଁ ହୋଇଯାଇଛି । ଘରର ସମସ୍ତ ଆସବାପତ୍ର, ଧାନ, ଚାଉଳ ଓ ଦରକାରି କାଗଜପତ୍ର ପୋଡି ପାଉଶଁ ହୋଇଯାଛି। ଅଗ୍ନିକାଣ୍ଡ ଖବର ପାଇ ନରସିଂହପୁର ଅନ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବାରୁ ପାଖରେ ଥିବା ଘରକୁ ନିଆଁ ଲାଗିପାରି ନଥିଲା।
ଏହି ଅଗ୍ନିକାଣ୍ଡରେ ନଳିନୀ ଆହାତ ହୋଇ ନରସିଂହପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ନଳିନୀ ତାଙ୍କର ଝିଅ ବିବାହ ପାଇଁ କରିଥିବା ଆସବାପତ୍ର, ସୁନାଗହଣା ଓ କିଛି ଟଙ୍କା ପୋଡି ଯାଇଛି । ବିପନ୍ନଙ୍କ ନିକଟରେ ତୁରନ୍ତ ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀଙ୍କ ସହିତ କୋକଳବା ରାଜସ୍ୱ ନିରିକ୍ଷକ ହୃଦାନନ୍ଦ ମୁଦୁଲି ପହଞ୍ଚି କ୍ଷୟକ୍ଷତିର ଆକଳନ କରି ତହସିଲ କାର୍ଯ୍ୟାଳୟରୁ ୧୧ଟି ପରିବାରଙ୍କୁ ପଲିଥିନ ଯୋଗାଇ ଦେଇଛନ୍ତି। ପରେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ନାୟକ, କାଠଖୁଣ୍ଟ ସମିତି ସଭ୍ୟ ନିର୍ମଳ କୁମାର ଜେନା, ବ୍ଲକ ଉନ୍ନୟନ ଅଧିକାରୀ ନୀଳମାଧବ ସୁନା,ପୂର୍ବତନ ସରପଞ୍ଚ ନିରଞ୍ଜନ ପଣ୍ଡା, ସମିତି ସଭ୍ୟ ଶକ୍ତି ମିଶ୍ର, ବିପନ୍ନଙ୍କ ନିକଟରେ ପହଞ୍ଚି ଅଗ୍ନିକାଣ୍ଡ ସମ୍ପର୍କରେ ବୁଝିବା ସହିତ ପ୍ରତ୍ୟେହ ଚଳିବା ଭଳି ବାସନକୁସନ ଆସବାପତ୍ର ପ୍ରଦାନ କରିଥିଲେ। ଏଥି ସହିତ ପ୍ରଶାସନ ତରଫରୁ ୭ଦିନ ଧରି ରନ୍ଧାଖାଦ୍ୟର ବ୍ୟବସ୍ଥା କରିବା ପାଇଁ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ସୁନାଙ୍କୁ ପରାମର୍ଶ ଦେଇଥିଲେ। ସରପଞ୍ଚ ଶ୍ରୀମତୀ ସେଠୀଙ୍କ ସହିତ ବିଡିଓ ଶ୍ରୀ ସୁନା ଆଲୋଚନା କରି ରନ୍ଧାଖାଦ୍ୟର ବ୍ୟବସ୍ଥା କରିଥିଲେ । ପ୍ରକାଶ ଥାଉକି ଏହି ସମସ୍ତ ପରିବାର ପ୍ରାୟ ୩୦ବର୍ଷରୁ ଅଧିକ ସମୟ ଧରି ଏଠାରୋ ରହୁଥିଲେ ମଧ୍ୟ ତାଙ୍କର ନିଜସ୍ୱ ଜମିର କିମ୍ବା ଘର ପଟ୍ଟା ନଥିବା ଅଭିଯୋଗରେ କହିଛନ୍ତି। ଏହି ପରିବାରଙ୍କୁ କିଭଳି ତୁରନ୍ତ ଆର୍ଥିକ ସହାୟତା ମିଳିପାରିବ ସେ ନେଇ ତଦାରଖ ପାଇଁ ବିଧାୟକ ଶ୍ରୀ ମିଶ୍ର ତହସିଲଦାର ଶ୍ରୀ ଦେହୁରୀଙ୍କୁ ପରାମର୍ଶ ଦେଇଥିଲେ ।
Comments are closed.