www.samajalive.in
Sunday, December 7, 2025
13.1 C
Bhubaneswar

ମାର୍ଚ୍ଚରେ କଂଗ୍ରେସ ପକ୍ଷରୁ ବ୍ୟାପକ ଘେରାଉ

ବୌଦ୍ଧ : ସଂପ୍ରତି ଦେଶରେ ଘୋଟାଲା ସରକାର ଚାଲିଛି । ଆଦାନୀ ଭଳି କମ୍ପାନୀମାନଙ୍କ ଜରିଆରେ ଦେଶର କୋଟି କୋଟି ଟଙ୍କାକୁ ଲୁଟ କରାଯାଇଛି । ଲୁଟ କମ୍ପାନୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ କେନ୍ଦ୍ର ସରକାର ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଜିଲା କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରାଯିବା ସହିତ ଏହାର ପ୍ରତିବାଦରେ ଆସନ୍ତା ମାର୍ଚ୍ଚ ମାସରେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାର ବିରୋଧରେ ବ୍ୟାପକ ଘେରାଉ କାର୍ଯ୍ୟକ୍ରମ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ବୌଦ୍ଧ ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର କମ୍ପାନୀ ପ୍ରୀତି ଯୋଗୁଁ ଦେଶବାସୀ ଲୁଟର ଶିକାର ହେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହିତ ନିଜର କଷ୍ଟୋପାର୍ଜିତ ସଂଚିତ ପୁଂଜି ଖଟାଇ ଷ୍ଟେଟବ୍ୟାଙ୍କ, ଜୀବନ ବୀମା ଭଳି ସଂସ୍ଥାରେ ବିନିଯୋଗ କରିଥିବାବେଳେ ଆଜି ସେମାନେ ବିପୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । କିନ୍ତୁ ଦେଶର ସରକାର କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନିରବ ଦ୍ରଷ୍ଟା ସାଜିଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ସୁସ୍ଥ ରାଜନିତୀକୁ ଜଳାଞ୍ଜଳୀ ଦେଇ କେନ୍ଦ୍ର ସରକାର ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ଇଡି,ସିବିଆଇ ଭଳି ସଂସ୍ଥା ଦ୍ୱାରା ତଦନ୍ତ ନାମରେ ଭୟଭୀତ କରୁଥିବାବେଳେ ଦେଶର କୋଟି କୋଟି ଲୋକଙ୍କ ଅର୍ଥ ହଡପ କରିଥିବା ଏବଂ ବ୍ୟାଙ୍କ ଗୁଡିକରୁ କୋଟି କୋଟି ଟଙ୍କାର ଋଣ ନେଇଥିବା କମ୍ପାନିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଛଘୁଞ୍ଚା ଦେଉଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଜିଲାସ୍ତରରେ ବିକ୍ଷୋଭ ପ୍ରଦର୍ଶନ ଏବଂ ମାର୍ଚ୍ଚ ୧୩ ତାରିଖରେ ବିଧାନ ସଭା ଘେରାଉ କାର୍ଯ୍ୟକ୍ରମରେ ବୌଦ୍ଧଜିଲାରୁ ବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ସାମିଲ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳୀୟ ଜିଲା ପର୍ଯ୍ୟବେକ୍ଷକ ଭାବରେ ଯୁବନେତା ଜିତେନ ପଟ୍ଟନାୟକ ,କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ, ଦଳୀୟ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର, ଉପସଭାପତି ସମରେଶ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories